ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତିକୁ ପୁଳିନ ଶୁଭେଚ୍ଛା ଜଣାଇଲେ ।

ଯାଜପୁର,୦୯/୧୨(ପିପିଟି):ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମୋର୍ଚ୍ଚା ସଭାପତି ସହ ୩୭ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଭାବେ ଶୁଭ୍ରାଂଶୁ ମୋହନ ପାଢ଼ୀ ନାମ ଘୋଷଣା କରାଯାଇଛି । ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ପୁଲିନ ପୁହାଣ ପୁଷ୍ପ ପାଢ଼ୀଙ୍କୁ ବାଙ୍କୀ ସ୍ଥିତ ବାସଭବନରେ ପହଞ୍ଚି ପୁଷ୍ପ ଗୁଛ ଦେଇ ଶୁଭେଛା ଜଣାଇଛନ୍ତି । ଏହା ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ମଧ୍ୟ ଶୁଭେଛା ଜଣାଇବା ସହିତ ଧନ୍ୟବାଦ୍ ଜଣାଇଛନ୍ତି।

Comments (0)
Add Comment