ରାଜ୍ୟସ୍ତରୀୟ “ସଂସ୍କାର ପ୍ରତିଭା” ବାର୍ଷିକ ସମ୍ମାରୋହରେ “ଐତିହାସିକ ପ୍ରତିଭା ସମ୍ମାନ-୨୦୨୫ ।

ପୋଲସରା/କୋଦଳା,୦୭/୦୪(ପିପିଟି) :”ସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ” ବଳଭଦ୍ରପୁର, ଓଡ଼ଗାଁ ନୟାଗଡର ନବମ ବାର୍ଷିକ ଉତ୍ସବ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦ ଜଣ ପ୍ରତିଭାଧାରୀ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲା କୋଦଳାର ନିଜନିଜର କ୍ଷେତ୍ରରେ ସୁନାମ ଅର୍ଜନ କରି ରାଜ୍ୟ ସ୍ତରରେ ପ୍ରଶଂସିତ ହୋଇଥିବା କୋଦଳା ଏନ୍.ଏ.ସିର ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ “ସଂସ୍କାର ନାଟକ ନିର୍ଦ୍ଦେଶକ ପ୍ରତିଭା ସମ୍ମାନ” ଏଵଂ ଏମ୍. ପ୍ରଫୁଲ କୁମାର ଆଚାରୀଙ୍କୁ “ସଂସ୍କାର ଶ୍ରେଷ୍ଠ ଅଭିନେତା ପ୍ରତିଭା ସମ୍ମାନ”ଏଵଂ ବିଶିଷ୍ଠ ଆଠଗଡ଼ ଅଷ୍ଟଦୁର୍ଗ ଐତିହାସିକ ଗବେଷକ ଅରୁଣ କୁମାର ମିଶ୍ରଙ୍କୁ “ଐତିହାସିକ ସମ୍ମାନ” ରେ ଅନୁଷ୍ଠାନ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛସହ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟ ତରଫରୁ ଏଭଳି ଉତ୍ସାହିତ ଏଵଂ ପ୍ରେରଣାଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ମାନୀତ ହୋଇଥିବାରୁ ଉକ୍ତ ତିନିଜଣ ଅତିଥିବୃନ୍ଦ ନିଜକୁ ଗର୍ବିତ ମନେ କରିବା ସହିତ ଟ୍ରଷ୍ଟର ଉତ୍ତରୋତ୍ତର ଏଵଂ ଶୁଭକାମନା ଜଣାଇଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗୀ ଶ୍ରୀ ଚୈତନ୍ୟ ରାମ, ମୁଖ୍ୟବକ୍ତା ଭାବେ ସୁଜାତା ପଶାୟତ ଏଵଂ ସମ୍ମାନୀତ ଅତିଥିଭାବେ ଦାମୋଦର ସାହୁ ଓ ସୁକାନ୍ତ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା /ସୂର୍ଯ୍ୟନାରାୟଣ ବଡୁ

Comments (0)
Add Comment