ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ।

ବୋଲଗଡ଼ ୭/୨ (ପିପିଟି): ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଫ୍ରେଣ୍ଡସ କ୍ଳବ ସଭାପତି ପୂର୍ଣ୍ଣଚନ୍ଦ୍ର ନୟାକଙ୍କ ଆବାହକତ୍ୱରେ ଶନିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ , ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ଫ୍ରେଣ୍ଡସ କ୍ଳବ ସମ୍ପାଦକ ମିର୍ଜା ଫକୀରଦ୍ଦିନ ବେଗ, ବରିଷ୍ଠ ସଦସ୍ୟ ସଦାଶିବ ସାହୁ ବିଷିକେଶନ ସାହୁ, ଉହିଦ ଖାନ, ପ୍ରଦୀପ୍ତ ବେହେରା ମାନସ ମହାପାତ୍ର ରଶ୍ମୀକାନ୍ତ ଷଡ଼ଙ୍ଗୀ, ଧନେଶ୍ୱର ସାହୁ, ପ୍ରଦୀପ୍ତ ବେହେରା, ସୁଶାନ୍ତ କୁମାର ପ୍ରଧାନ, କୈଳାସ ଚନ୍ଦ୍ର ସାହୁ, ସୌମ୍ୟରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ରାଜ୍ୟସ୍ତରୀୟ ଫୁଟୁ ବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୮ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ପ୍ରଦାନ କରିଥିଲେ।ଏହି ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିବେ !
ଫ୍ରେଣ୍ଡସ କ୍ଳବ ପକ୍ଷରୁ ପୂର୍ବାହ୍ନ ୮ଟାରେ ଏକ ବିଶାଳ ମଶାଲ ଶୋଭାଯାତ୍ରା କରିବା ଯିବାବ !
ଆଜି ନୟାଗଡ଼ ଯଦୁମଣି ଫୁଟୁବଲ କ୍ଳବ ସହିତ ଖୁଣ୍ଟକଟା କ୍ରୀଡା ପରିଷଦ ଆଠଗଡ଼ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ପରିଶେଷରେ ଫ୍ରେଣ୍ଡସ କ୍ଳବ ସଦସ୍ୟ ରଶ୍ମୀକାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment