ରାଜ୍ୟସ୍ତରୀୟ ଉତ୍କଳୀୟମ ଫାଉଣ୍ଡେସନ ତରଫରୁ ରଘୁ ଓ ଦିବାକର ସହିଦ ବଳିଦାନ ଦିବସରେ ସ୍ମୃତି ସଭା ।

ରାଜସୁନାଖଳା,୦୪/୦୪(ପିପିଟି):ଉତ୍କଳଳୀୟମ ଫାଉଣ୍ଡେସନ ଏକ ସାମାଜିକ ସଂଗଠନ,ଯାହାକି ସମଗ୍ର ଭାରତ ବର୍ଷରେ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଅଛି । ବିଶ୍ୱ ମହାମରୀ କରୋନା ସମୟରେ ଉକ୍ତ ସଂଗଠନ ଅସହାୟ, ଗରିବ ଓ ନିଃସହାୟ ପାଇଁ ଦେବଦୂତ ସାଜି ସମସ୍ତଙ୍କ ସହଯୋଗରେ ଖାଦ୍ୟ,ବସ୍ତ୍ର ସହ ସୁରକ୍ଷିତ ଭାବରେ ବାସସ୍ଥାନରେ ପହଞ୍ଚାଇବାର ଯଥାସମ୍ଭବ ସୁବ୍ୟବ୍ୟସ୍ଥା କରିଆସୁଅଛି ,ଏହି କାର୍ଯ୍ୟ କ୍ରମର ପରିଚାଳନା ଯୁବ ଆଇନ ଜିବି ରାଜୀବ ଲୋଚନ ପ୍ରଧାନ କରୁଥିଲେ । ତତସହିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ସ୍ୱାଧୀନତା ସଂଗ୍ରାମୀ ବୀର ଶହୀଦ ରଘୁ-ଦିବାକରଙ୍କର ବଳିଦାନ ଦିବସକୁ ରାଜ୍ୟ ସ୍ତରୀୟ ଶହୀଦ ଦିବସ ରୂପେ ପାଳନ କରିବା ସହ କରୋନା ମହାମାରୀ ସମୟରେ ନିରବିଛିନ୍ନ ସେବା ଯୋଗାଇ ଆସୁଥିବା ଓ ଓଡିଶାରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏପରିପେକ୍ଷି ରେ
ଆଜି ଅପରାହ୍ନ ଓଡିଶାର ନୟାଗଡ଼ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର କେନ୍ଦ୍ରସ୍ଥଳ ରାଜସୁନାଖଳା ସ୍ଥିତ ଆର୍ଶୀବାଦ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ବକ୍ତା ମାନଙ୍କ ରୁମ ଟାଙ୍କୁରା ସିଂହରଣ ଅଭିଭାଷଣ ରଖି ରଘୁ ଓ ଦିବାକରଙ୍କୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ ଦାବିରେ ସ୍ୱର ଉତ୍ତୋଳନ କରିଥିଲେ । ଏଣୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହେବା ସହ କିଛି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ/ସମ୍ବର୍ଦ୍ଧନା କରାଯାଇଥିଲା । ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment