ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୧୪,୬୨୯, ମୃତ୍ୟୁ ସଂଖ୍ୟା ୧,୬୫୭ ।

ଭୁବନେଶ୍ବର,୨୩/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୬୮ । ବର୍ତ୍ତମାନ ସୁଦ୍ଧା ୫୬,୦୪,୫୩୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୪,୬୨୯ ଚିହ୍ନଟ ହୋଇଛନ୍ତି ୩,୦୫,୮୧୩ ଜଣ ସୁସ୍ଥ ହୋଇଥିବା ବେଳେ ୭,୧୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୬୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୬୬୮ ଜଣଙ୍କ ମଧ୍ୟରୁ ୩୮୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୮୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment