ଭୁବନେଶ୍ବର,୧୬/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୪୯ । ବର୍ତ୍ତମାନ ସୁଦ୍ଧା ୫୨,୯୪,୭୨୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୦୯,୪୦୮ ଚିହ୍ନଟ ହୋଇଛନ୍ତି ୨,୯୭,୮୬୨ ଜଣ ସୁସ୍ଥ ହୋଇଥିବା ବେଳେ ୯,୯୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୫୪୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୭୪୯ ଜଣଙ୍କ ମଧ୍ୟରୁ ୪୩୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୧୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।