ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୦୮,୬୫୯, ମୃତ୍ୟୁ ସଂଖ୍ୟା ୧,୫୨୭ ।

ଭୁବନେଶ୍ବର,୧୫/୧୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୫୩ । ବର୍ତ୍ତମାନ ସୁଦ୍ଧା ୫୨,୫୯,୬୭୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୦୮,୬୫୯ ଚିହ୍ନଟ ହୋଇଛନ୍ତି ୨,୯୬,୫୧୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୫୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୫୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୭୫୩ ଜଣଙ୍କ ମଧ୍ୟରୁ ୪୩୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୧୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment