ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୦୭,୯୦୬, ମୃତ୍ୟୁ ସଂଖ୍ୟା ୧,୫୧୦

ଭୁବନେଶ୍ବର,୧୪/୧୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୦୨ । ବର୍ତ୍ତମାନ ସୁଦ୍ଧା ୫୨,୧୯,୦୧୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୦୭,୯୦୬ ଚିହ୍ନଟ ହୋଇଛନ୍ତି ୨,୯୫,୨୪୫ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୦୯୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୫୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୯୦୨ ଜଣଙ୍କ ମଧ୍ୟରୁ ୫୨୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୭୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment