ଭୁବନେଶ୍ବର,୦୯/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୨୧୯। ବର୍ତ୍ତମାନ ସୁଦ୍ଧା ୪୯,୮୪,୫୫୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୦୨,୭୯୩ ଚିହ୍ନଟ ହୋଇଛନ୍ତି ୨,୮୮,୧୬୮ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୧୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୪୪୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୨୧୯ ଜଣଙ୍କ ମଧ୍ୟରୁ ୭୦୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୧୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।