ଭୁବନେଶ୍ବର,୦୬/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୪୯୪। ବର୍ତ୍ତମାନ ସୁଦ୍ଧା ୪୮,୩୮,୧୨୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୯୮,୭୬୮ ଚିହ୍ନଟ ହୋଇଛନ୍ତି ୨,୮୩,୫୩୩ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୭୮୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୩୯୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୪୯୪ ଜଣଙ୍କ ମଧ୍ୟରୁ ୮୬୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୬୨୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।