ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨,୬୬,୩୪୫, ମୃତ୍ୟୁ ସଂଖ୍ୟା ୧,୧୨୧ ।

ଭୁବନେଶ୍ବର,୧୭/୧୦(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨,୧୯୬ । ବର୍ତ୍ତମାନ ସୁଦ୍ଧା ୪୦,୦୧,୦୬୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୬୬,୩୪୫ ଚିହ୍ନଟ ହୋଇଛନ୍ତି ୨,୪୧,୩୮୫ ଜଣ ସୁସ୍ଥ ହୋଇଥିବା ବେଳେ ୨୩,୭୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୧୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୧୯୬ ଜଣଙ୍କ ମଧ୍ୟରୁ ୧,୨୭୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୯୨୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment