ଭୁବନେଶ୍ବର,୧୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨,୧୩୮ । ବର୍ତ୍ତମାନ ସୁଦ୍ଧା ୩୯,୫୯,୭୧୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୬୪,୧୪୯ ଚିହ୍ନଟ ହୋଇଛନ୍ତି ୨,୩୮,୫୩୫ ଜଣ ସୁସ୍ଥ ହୋଇଥିବା ବେଳେ ୨୪,୪୫୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୧୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୧୩୮ ଜଣଙ୍କ ମଧ୍ୟରୁ ୧,୨୫୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୮୮୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।