ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୫,୩୬୯,ମୃତ୍ୟୁ ସଂଖ୍ୟା ୧,୯୦୭ ।

ଭୁବନେଶ୍ବର,୦୪/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୭ । ବର୍ତ୍ତମାନ ସୁଦ୍ଧା ୭୭,୯୬,୨୧୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୩୬୯ ଚିହ୍ନଟ ହୋଇଛନ୍ତି ୩,୩୨,୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ୯୧୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୭ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୭୩,ସୁସ୍ଥ ସଂଖ୍ୟା ୫୨,୬୬୨, ଚିକିତ୍ସିତ ସଂଖ୍ୟା ୬୬, ମୃତ ସଂଖ୍ୟା ୩୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୪୭, ସୁସ୍ଥ ସଂଖ୍ୟା ୨୮,୮୧୮, ଚିକିତ୍ସିତ ସଂଖ୍ୟା ୮୪, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୭୭, ସୁସ୍ଥ ସଂଖ୍ୟା ୨୧,୬୧୧, ଚିକିତ୍ସିତ ସଂଖ୍ୟା ୧୦, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୮୭ ଜଣଙ୍କ ମଧ୍ୟରୁ ୫୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment