ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୪,୧୫୦, ମୃତ୍ୟୁ ସଂଖ୍ୟା ୧,୯୦୪ ।

ଭୁବନେଶ୍ବର,୨୩/୦୧(ପିପିଟି)ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୦ । ବର୍ତ୍ତମାନ ସୁଦ୍ଧା ୭୫,୨୫,୭୦୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୧୫୦ ଚିହ୍ନଟ ହୋଇଛନ୍ତି ୩,୩୦,୭୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧,୪୩୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୪ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୮୧,ସୁସ୍ଥ ସଂଖ୍ୟା ୫୨,୫୭୦, ଚିକିତ୍ସିତ ସଂଖ୍ୟା ୭୦, ମୃତ ସଂଖ୍ୟା ୩୩୫, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୪୩, ସୁସ୍ଥ ସଂଖ୍ୟା ୨୮,୭୩୧, ଚିକିତ୍ସିତ ସଂଖ୍ୟା ୬୭, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୫୯, ସୁସ୍ଥ ସଂଖ୍ୟା ୨୧,୫୯୦, ଚିକିତ୍ସିତ ସଂଖ୍ୟା ୧୩, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୩୦ ଜଣଙ୍କ ମଧ୍ୟରୁ ୭୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment