ଭୁବନେଶ୍ବର,୧୯/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୨ । ବର୍ତ୍ତମାନ ସୁଦ୍ଧା ୭୪,୨୬,୦୯୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୫୬୬ ଚିହ୍ନଟ ହୋଇଛନ୍ତି ୩,୨୯,୮୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୮୧୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୫୦,ସୁସ୍ଥ ସଂଖ୍ୟା ୫୨,୫୨୪, ଚିକିତ୍ସିତ ସଂଖ୍ୟା ୮୨, ମୃତ ସଂଖ୍ୟା ୩୩୪, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୧୬, ସୁସ୍ଥ ସଂଖ୍ୟା ୨୮,୬୮୬, ଚିକିତ୍ସିତ ସଂଖ୍ୟା ୮୬, ମୃତ ସଂଖ୍ୟା ୧୪୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୫୧, ସୁସ୍ଥ ସଂଖ୍ୟା ୨୧,୫୮୧, ଚିକିତ୍ସିତ ସଂଖ୍ୟା ୧୪, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୨୨ ଜଣଙ୍କ ମଧ୍ୟରୁ ୭୨ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୦ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।