ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୩,୧୨୭, ମୃତ୍ୟୁ ସଂଖ୍ୟା ୧,୮୯୯ ।

ଭୁବନେଶ୍ବର,୧୬/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୮ । ବର୍ତ୍ତମାନ ସୁଦ୍ଧା ୭୩,୪୬,୦୯୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୧୨୭ ଚିହ୍ନଟ ହୋଇଛନ୍ତି ୩,୨୯,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୨,୦୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୯୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୨୧,ସୁସ୍ଥ ସଂଖ୍ୟା ୫୨,୪୭୦, ଚିକିତ୍ସିତ ସଂଖ୍ୟା ୧୦୮, ମୃତ ସଂଖ୍ୟା ୩୩୩, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୦୪, ସୁସ୍ଥ ସଂଖ୍ୟା ୨୮,୬୫୪, ଚିକିତ୍ସିତ ସଂଖ୍ୟା ୧୦୬, ମୃତ ସଂଖ୍ୟା ୧୪୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୪୫, ସୁସ୍ଥ ସଂଖ୍ୟା ୨୧,୫୭୪, ଚିକିତ୍ସିତ ସଂଖ୍ୟା ୧୫, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୭୮ ଜଣଙ୍କ ମଧ୍ୟରୁ ୧୦୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୭୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment