ଭୁବନେଶ୍ବର,୦୬/୦୧(ପିପିଟି)ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୧ । ବର୍ତ୍ତମାନ ସୁଦ୍ଧା ୭୦,୬୫,୦୭୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୦,୯୨୧ ଚିହ୍ନଟ ହୋଇଛନ୍ତି ୩,୨୬,୭୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୮୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨୩୧ ଜଣଙ୍କ ମଧ୍ୟରୁ ୧୩୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୯୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।