ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୦,୬୯୦, ମୃତ୍ୟୁ ସଂଖ୍ୟା ୧,୮୮୭ ।

ଭୁବନେଶ୍ବର,୦୫/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୮ । ବର୍ତ୍ତମାନ ସୁଦ୍ଧା ୭୦,୪୪,୮୮୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୦,୬୯୦ ଚିହ୍ନଟ ହୋଇଛନ୍ତି ୩,୨୬,୫୦୭ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୪୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୮୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୯୮ ଜଣଙ୍କ ମଧ୍ୟରୁ ୧୧୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୮୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment