ଭୁବନେଶ୍ବର,୧୧/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୮୭ । ବର୍ତ୍ତମାନ ସୁଦ୍ଧା ୬୩,୧୨,୭୦୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୩,୦୨୯ ଚିହ୍ନଟ ହୋଇଛନ୍ତି ୩,୧୭,୮୭୦ ଜଣ ସୁସ୍ଥ ହୋଇଥିବା ବେଳେ ୩,୩୦୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୯୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୮୭ ଜଣଙ୍କ ମଧ୍ୟରୁ ୨୨୦ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୬୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।