ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୨,୨୯୯, ମୃତ୍ୟୁ ସଂଖ୍ୟା ୧,୭୮୯ ।

ଭୁବନେଶ୍ବର,୦୯/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୮୬ । ବର୍ତ୍ତମାନ ସୁଦ୍ଧା ୬୨,୫୦,୫୯୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୨,୨୯୯ ଚିହ୍ନଟ ହୋଇଛନ୍ତି ୩,୧୬,୯୭୦ ଜଣ ସୁସ୍ଥ ହୋଇଥିବା ବେଳେ ୩,୪୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୮୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୮୬ ଜଣଙ୍କ ମଧ୍ୟରୁ ୨୨୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୬୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment