ଭୁବନେଶ୍ବର,୦୬/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୯୩ । ବର୍ତ୍ତମାନ ସୁଦ୍ଧା ୬୧,୪୩,୭୬୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୧,୧୯୬ ଚିହ୍ନଟ ହୋଇଛନ୍ତି ୩,୧୫,୨୭୦ ଜଣ ସୁସ୍ଥ ହୋଇଥିବା ବେଳେ ୪,୧୦୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୭୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୯୩ ଜଣଙ୍କ ମଧ୍ୟରୁ ୨୨୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୬୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।