ଭୁବନେଶ୍ବର ୧୫/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୮୦୫। ପଜିଟିଭ ସଂଖ୍ୟା ୬,୦୦,୪୯୨ ଚିହ୍ନଟ ହୋଇଛନ୍ତି ୪,୯୧,୬୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୪୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୨୯୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୨୬୪ ସୁସ୍ଥ ସଂଖ୍ୟା ୭୬,୭୧୭ ଚିକିତ୍ସିତ ସଂଖ୍ୟା ୧୬,୧୩୩, ମୃତ ସଂଖ୍ୟା ୪୦୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭,୩୫୭ ସୁସ୍ଥ ସଂଖ୍ୟା ୩୮,୨୩୭ ଚିକିତ୍ସିତ ସଂଖ୍ୟା ୮୯୬୫, ମୃତ ସଂଖ୍ୟା ୧୫୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୧୫୭, ସୁସ୍ଥ ସଂଖ୍ୟା ୨୫,୭୫୮ ଚିକିତ୍ସିତ ସଂଖ୍ୟା ୨୧୨୪ ମୃତ ସଂଖ୍ୟା ୨୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୪,୨୬୪ ସୁସ୍ଥ ସଂଖ୍ୟା ୩୨,୨୫୦ ଚିକିତ୍ସିତ ସଂଖ୍ୟା ୧୧,୭୮୯ ମୃତ ସଂଖ୍ୟା ୨୨୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।