ସୁବର୍ଣ୍ଣପୁର ,୧୧/୦୫(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ୧୨ ତମ ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କାଉଟ ଗାଇଡ କେମ୍ପୋରୀ ୨୦୨୪-୨୫ କୁ ମହାମହିମ ଓଡ଼ିଶାର ରାଜ୍ୟପାଳ ଡ.ହରିବାବୁ କମ୍ବମପତି ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଜିଲ୍ଲା କେମ୍ପୋରୀ ଭାବରେ ପୁରସ୍କୃତ କରିଛନ୍ତି। ରାଜଭବନ ସ୍ଥିତ ନୂତନ ଅଭିଷେକ ହଲ ଠାରେ ଅନୁଷ୍ଠିତ ଭବ୍ୟ ସମାରୋହରେ ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ବମପତି ଯୋଗଦାନ କରି ଉପସ୍ଥିତ ସ୍କାଉଟ ଓ ଗାଇଡ ସଂସ୍ଥାର କର୍ମକର୍ତ୍ତା, ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା କମିଶନର ,ସମ୍ପାଦକ ସ୍କାଉଟ ମାଷ୍ଟର, ଗାଇଡ କ୍ୟାପଟେନ , ସ୍କାଉଟ, ଗାଇଡ, କବ, ବୁଲବୁଲ, ରୋଭର୍,ଓ ରେଞ୍ଜର ଙ୍କୁ ସଂସ୍ଥାର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।ଉକ୍ତ ସମାରୋହରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶି ସୁରଜ୍, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ରାଜ୍ୟପାଳଙ୍କ ସହଧର୍ମିଣୀ ପ୍ରଥମ ମହିଳା ଶ୍ରୀମତୀ କମ୍ବମପତି ଓ ଭାରତ ସ୍କାଉଟ ଓ ଗାଇଡ ର ବରିଷ୍ଠ ଉପସଭାପତି ତଥା ଓଡ଼ିଶା ରାଜ୍ୟ ମୁଖ୍ୟ କମିଶନର ଡ. କାଲିପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ କେମ୍ପୋରୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ କେମ୍ପୋରୀ ଭାବରେ ସୋନପୁର ଜିଲ୍ଲା ତରଫରୁ ଜିଲ୍ଲା ମୁଖ୍ୟ କମିଶନର ଶ୍ରୀମତୀ ମୀନାରାଣୀ ମଙ୍ଗଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ , ଜିଲ୍ଲା ସଂଗଠନ କମିଶନର ଅନନ୍ତର।ମ୍ ମେନ୍ଦେଲି ଓ ଆୟୋଜକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ରଥ ମହାମହିମ ରାଜ୍ୟପାଳ ଙ୍କଠାରୁ ମାନପତ୍ର ଓ ସମ୍ମାନଜନକ ଟ୍ରଫି ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ୨୦୧୩ ମସିହାରୁ ନୂତନ ଭାବରେ ଜିଲ୍ଲା ଗଠନ ହେବା ପରଠୁ ଏହା ଷଷ୍ଠ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଅଟେ। ଏହିବର୍ଷ ଜିଲ୍ଲାରୁ ୧୭୦ ଜଣ ସ୍କାଉଟ ଓ ୭୮ ଜଣ ଗାଇଡ ସହ ୬ ଜଣ କବ୍ ମଧ୍ୟ ରଜ୍ୟପୁରସ୍କ।ର ପାଇଁ ଯୋଗ୍ୟ ବିବେଚିତ ହେବା ଜିଲ୍ଲା ପାଇଁ ଗର୍ବ ର ବିଷୟ ହୋଇପାରିଛି। ଜିଲ୍ଲା ଗାଇଡ ସଂଗଠନ କମିଶନର ଶ୍ରୀମତୀ ପଦ୍ମିନୀ ସାହୁ ଓ ସ୍କାଉଟ ମାଷ୍ଟର ଯଶୋବନ୍ତ ପଟେଲ ଙ୍କ ନେତୃତ୍ୱ ରେ ୨ ଜଣ ଗାଇଡ ଓ ୮ ଜଣ ସ୍କାଉଟ ମଧ୍ୟ ଯୋଗ ଦେଇ ରାଜ୍ୟପାଳଙ୍କ ଠାରୁ ସାର୍ଟିଫିକେଟ ପାଇଛନ୍ତି ।ଏଥିପାଇଁ ସୋନପୂର୍ ଜିଲ୍ଲାର ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ,ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହର , ଜିଲ୍ଲା ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ, ଶ୍ରୀମତୀ ସନ୍ଧ୍ୟାରଣି ଖେତି ଜିଲ୍ଲା ସ୍କାଉଟ୍ କମିଶନର ଲୋକନାଥ ମେହେର,ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ ମଞ୍ଜୁଲତା ଜଗଦଲା,ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ, ବୁଦ୍ଧିଜୀବୀ ତଥା ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ