ରାୟଗଡା,୨୧/୦୫(ପିପିଟି); ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ଭାମିନୀ ଓ ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତରେ ରାଜୀବ ଗାନ୍ଧୀ ମହାପ୍ରୟାଣ ଦିବସ ଅବସରରେ ଗରୀବ ଲୋକଙ୍କୁ ବିସ୍କୁଟ, ପାଉଁରୁଟି, ମାସ୍କ ପ୍ରଦାନ କରାଯାଇଥିଲା। ୧୯୯୧ ମସିହା ମେ ୨୧ ରେ ରାଜୀବ ଗାନ୍ଧୀଙ୍କ ନିଧନ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କୁ ମନେ ପକାଇବା ପାଇଁ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା,ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ ଏବଂ କଂଗ୍ରେସ ସଭ୍ୟ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )