ରାଜିବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆମ ଆଦମି ପାର୍ଟୀର ବିଜୁଳି ଆନ୍ଦୋଳନ କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ।

ବେଗୁନିଆ,୦୭/୦୫(ପିପିଟି): ବେଗୁନିଆ ବ୍ଳକ ଅନ୍ତର୍ଗତ ବଡବେଣା ଗ୍ରାମ ପଞ୍ଚାୟତ ରାଜିବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆମଆଦମୀ ପାର୍ଟିର ବିଜୁଳି ଆନ୍ଦୋଳନକୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ଏଥିରେ ଆବାହିକା କବ ୟତ୍ରୀ ପଦ୍ମାଳୟା ମହାପାତ୍ର ନିଜ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡିଥିବା ଶିକ୍ଷା ବ୍ୟବସ୍ଥା ଓ ବ୍ଲକ୍ ,ଥାନା କୋର୍ଟ କଚେରୀ ରେ ସାଧାରଣ ଜନତାଙ୍କ ଦୁରାବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଶିଳ୍ପୀ କଳ୍ପତରୁ ପଣ୍ଡା ଏକ ଜନ ମଙ୍ଗଳ କାରୀ ରାଷ୍ଟ୍ର ରେ ସରକାରଙ୍କ କର୍ତ୍ତବ୍ୟ ଓ ସାଧାରଣ ଜନତାଙ୍କ ଅଧିକାର ବିଷୟରେ ଆଲୋଚନା କରିଥିଲେ ସଭାରେ ଉପସ୍ଥିତ ସଚେତନ ମହିଳା ମାନେ ଆମ୍ ଆଦମି ପାର୍ଟୀ ସରକାର ର ବିଭିନ୍ନ ଜନମଙ୍ଗଳ କାରୀ ଯୋଜନା ଗୁଡିକର ଭୂୟସୀ ପ୍ରଶଂସା କରିଥିଲେ ସଭା ଶେଷରେ କବୟତ୍ରୀ ସୁସନ୍ଧ୍ୟା ରାଣୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦୁଇ ଶହ ୟୁନିଟ୍ ଦେୟ ମୁକ୍ତ ବିଜୁଳି ପାଇଁ ନିଜ ଅଞ୍ଚଳର ସଂଗୃହିତ ପ୍ରାୟତଃ ଦୁଇଶହ ନାଗରିକଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ମୁଖ୍ୟ ଅତିଥି କଳ୍ପତରୁ ପଣ୍ଡାଙ୍କ ମାଧ୍ୟମରେ ପ୍ରଦାନ କରି ନିଜ ଏହି ଆନ୍ଦୋଳନ କୁ ଅକୁଣ୍ଠ ସମର୍ଥନ ଥିବା ପ୍ରକାଶ କରିଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment