ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ।

ଯାଜପୁର,ତା ୦୧/୧୦(ପିପିଟି); ରାଜସ୍ୱ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ କୁମାର ବେହୁରିଆଙ୍କୁ ସେପ୍ଟେମ୍ୱର ୩୦ ତାରିଖ ଦିନ ଅବସରକାଳୀନ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଜିଲ୍ଳାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଶ୍ରୀ ବେହୁରିଆଙ୍କୁ ପୁଷ୍ପ ଗୁଚ୍ଚ୍ଥ ସହ ତାଙ୍କର ଅବସରକାଳୀନ ସହାୟତାର କାଗଜାଦିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଳାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଶୁଭଦର୍ଶନ ମିଶ୍ର, ବୀର କିଶୋର ସାହୁ, ରାଜସ୍ୱ ବିଭାଗର ମୁଖ୍ୟ କିରାଣୀ ଶଶୀ ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment