ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଚାନ୍ଦବାଲି ତହସିଲକୁ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ରାଜ୍ୟରେ ପ୍ରଥମ ।

ଚାନ୍ଦବାଲି,୦୫/୦୬: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଚାନ୍ଦବାଲି ତହସିଲ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ଲୋକ ସେବା ଭବନ ପରିସର ରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ରାଜ୍ୟରେ ଥିବା ୩୧୭ ତହସିଲ ମଧ୍ୟରେ ଚାନ୍ଦବାଲି ତହସିଲ ୧ ନମ୍ବର ସ୍ଥାନ ଗ୍ରହଣ କରିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହୋଇଥିବା ସର୍ଭେ ଏବଂ ରାଜସ୍ୱ ପରିଚାଳନା,ରାଜସ୍ବ ଆଦାୟ ଓ କଲମ କାର୍ଯ୍ୟକ୍ରମରେ ଅପୂର୍ଵ ସଫଳତା ପାଇଁ ଚାନ୍ଦବାଲି ତହସିଲର ଉଲେଖନୀୟ ଭୂମିକା ଅଛି। ଏହି ପରିପ୍ରେକ୍ଷୀରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଅତିରିକ୍ତ ମୁଖ୍ୟ ଶାଶନ ସଚିବଦେଓ ରଞ୍ଜନ କୁମାର ସିଂ,ଉତ୍ତରାଞ୍ଚଳ,ଦକ୍ଷିଣା ଞ୍ଚଳ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ସାର୍ଟିଫିକେଟ ଅଫ ଏକ୍ସଲେନସି ପ୍ରଦାନ କରିଥିଲେ। ଚାନ୍ଦବାଲି ତହସିଲର ଏଭଳି ସଫଳତା ପାଇଁ ସମସ୍ତ ଶ୍ରେୟ ଚାନ୍ଦବାଲି ବାସୀଙ୍କ ସହ ତହସିଲର ସମସ୍ତ କର୍ମଚାରୀଙ୍କ ସମନ୍ୱୟ ଠିକ ଥିବାରୁ ଏହି ସଫଳତା ମିଳିଛି ବୋଲି ଚାନ୍ଦବାଲି ତହସିଲଦାର ଭଵତୋଷ ମଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି।

Comments (0)
Add Comment