ରାଜସୁନାଖଳାରେ ଇଦପର୍ବ ପାଇଁ ପ୍ରସ୍ତୁତି।

ବୋଲଗଡ଼,୨୧/୦୩(ପିପିଟି): ରାଜସୁନାଖଳା ର ମୁସଲିମ ଭାଇ ଭଉଣୀ ମାନେ ଇଦପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ଭୋର ୪ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉପବାସ ରହି ଦିନକୁ ୫ଥର ନମାଜ ପଢି ଓଷାକୁନିଷ୍ଠା ର ସହ ପାଳନ କରିଥାନ୍ତି, କେବଳ ଓଷା ମାସରେ ସମସ୍ତେ ତରାବି ନାମଜ ପଢି ଥାନ୍ତି। ଉପବାସ ରଖିଥିବାର ୩୦ଦିନ ପରେ ଚନ୍ଦ୍ର ଦେଖା ଯାଏ, ତାପର ଦିନ ଈଦ ପାଳନ କରାଯାଏ। ବା ଚନ୍ଦ୍ର ଦେଖା ହେବାଦିନ ବହୁ ଆଡମ୍ବର ସହିତ ନୂତନ ବସ୍ତ୍ର ପରିଧାନ କରି ଇଦ ପର୍ବ ପାଳନ କରିଥାନ୍ତି। ଗରିବ ଅସହାୟ ଲୋକଙ୍କୁ ଏଈ ମାସରେ ଯାହାଯ୍ୟ କଲେ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରଖିଥାନ୍ତି ଓଷା ମାସକୁ ପବିତ୍ର ମାସ ଭାବେ ପାଳନ କରନ୍ତି ଏବଂ ତତ ସହିତ ପରସ୍ପର ଘରକୁ ଯାଇ ଭାବର ଆଦାନ ପ୍ରଦାନ କରିଥାନ୍ତି। ଭାଇଚାରା ଭାବରେ ହିନ୍ଦୁ ଭାଇମାନେ ମଧ୍ୟ ଏହି ଇଦ୍ ପର୍ବ ରେ ମୁସଲିମ ଭାଇ ମାନଙ୍କ ସହିତ ମିଶି ଆନନ୍ଦ ଅନୁଭବ କରିଥାନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment