ବୋଲଗଡ଼,୨୯/୦୮(ପିପିଟି):ବହୁ ପ୍ରତିକ୍ଷୀତ ରାଜସୁନାଖଳାକୁ ଏନଏସି ମାନ୍ୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ସହ ରାଜସୁନାଖଳା ଓ ନରେନ୍ଦ୍ରପୁର ପଞ୍ଚାୟତ ଅଞ୍ଚଳର ବରିଷ୍ଠ , ଯୁବ, ଛାତ୍ର ଓ ମହିଳାଙ୍କୁ ନେଇ ଦାବୀ ହାସଲ ନିମନ୍ତେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ରାଜ୍ ଯୁବ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ଲକ୍ଷ୍ମୀ ଟାୱାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ ରଣପୁର ବ୍ଳକ ରାଜସୁନାଖଳାକୁ ଏନ୍.ଏ.ସି ଘୋଷଣା ନେଇ ୨୦୧୪ ମସିହାରେ ରାଜ୍ୟ ବିଧାନସଭାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରସ୍ତାବ ଅଛି ବୋଲି କହିଥିଲେ। କିନ୍ତୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ୧୨ଟି ଅଞ୍ଚଳର ନାମ ନଗର ଉନ୍ନୟନ ବିଭାଗ ତରଫରୁ ଏନ୍.ଏ.ସି ଘୋଷଣା ହୋଇଥିବା ବେଳେ ରାଜସୁନାଖଳାକୁ ବାଦ ଦିଆଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନ.ଏ.ସି ମାନ୍ୟତା ଘୋଷଣା ନ କଲେ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ରାଜ ସୁନାଖଳାକୁ ଏନ୍.ଏ.ସି ମାନ୍ୟତାପାଇଁ ଭୌଗୋଳିକ , ଜନସଂଖ୍ୟା, ଗମନା ଗମନ ଓ ବିଭିନ୍ନ ପାରିପାର୍ଶ୍ବକ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ନିଷ୍ପତ୍ତି ନିଆଯାଇଥାଏ।ଯେଉଁଥିପାଇଁ କି ରାଜସୁନାଖଳା ଅଞ୍ଚଳ ଯୋଗ୍ୟ ଅଟେ। ଅନୁରୂପ ଭାବେ ଏହି ଅଞ୍ଚଳ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟଭାଗ ସହ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ, ରାଷ୍ଟ୍ରୀୟତ ବ୍ୟାଙ୍କ, ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ, ଫାଣ୍ଡି ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନ ରହିଛି। ତେଣୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ରାଜସୁନାଖଳା ଏନ୍ଏସି ହେବା ପାଇଁ ଉପଯୁକ୍ତ ଅଞ୍ଚଳ। ତେଣୁ କେଉଁ ପରିସ୍ଥିତିରେ ରାଜସୁନାଖଳା ଏନ୍.ଏ.ସି ହେବାରୁ ବଞ୍ଚିତ ହେଲା ତାହା ଜାଣିବା ପାଇଁ ଉକ୍ତ ବୈଠକରେ ଉପସ୍ଥିତଥିବା ରାଜସୁନାଖଳା ଓ ନରେନ୍ଦ୍ରପୁର ବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରାଜସୁନାଖଳାକୁ ଏନ୍.ଏ.ସି ଘୋଷଣା ଦାବିରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ ଯୁବ ପ୍ରିତିଷ୍ଠାନର ସାଧାରଣ ସମ୍ପାଦକ ତଥା ଯୁବ ଆଇନଜୀବୀ ରାଜିବ ଲୋଚନ ପ୍ରଧାନଙ୍କ ସଭାପତିତ୍ଵ ଓ ରାଜସୁନାଖଳାର ଅଂଚଳର ରାଜ୍ ଯୁବ ପ୍ରତିଷ୍ଠାନ ସଭାପତି ବଲ୍ଲଭ ପ୍ରଧାନଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଯାଛି। ବୈଠକରେ ଯୁବନେତା ସୁରେଶ କୁମାର ସ୍ୱାଇଁ, ରାଜସୁନାଖଳା ଦୁର୍ଗା ବଜାର ବଣିକ ସଂଘର ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ଉପେନ୍ଦ୍ର ପଟ୍ଟନାୟକ, ନିରଞ୍ଜନ ସେଠୀ, ରାକେଶ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହିବା ସହ ରାଜ୍ ଯୁବ ପ୍ରତିଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଓ ଜରୁରୀ ବୈଠକରେ ବିଭିନ୍ନ ସଂଗଠନ ଯଥା ବେଢାକାଳୀକା ଯୁବକ ସଂଘ ,ମହାବୀର ବବରିଷ୍ଠ ନାଗରିକ ସଂଘ, ଦୁର୍ଗାବଜାର ବଣିକ ସଂଘ, ଭକ୍ତଚରଣ ପୁସ୍ତକମେଳା କମିଟି, ଉତ୍କଳୀୟମ ଫାଉଣ୍ଡେସନ, ଆଞ୍ଚଳିକ ସାମ୍ବାଦିକ ସଂଘ,ବଧିପଟଣା ଗ୍ରାମ୍ୟ କମିଟି ନିଜର ସମର୍ଥନ ଜଣାଛନ୍ତି।ଆଗାମୀ ଦିନରେ ରାଜସୁନାଖଳାକୁ ଏନ୍.ଏ.ସି ଘୋଷଣ ଦାବି ରେ ଏକ ବଡ଼ଧରଣର ଜନଆନ୍ଦୋଳନ କରାଯିବ ବୋଲି ରାଜ୍ ଯୁବ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ରାଜୀବ ଲୋଚନ ପ୍ରଧାନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ବେହେରା, ସ୍ଵପ୍ନେଶ୍ଵର ବରାଡ଼, ଶୁଭକାନ୍ତ ବେହେରା, ଭାଗବତ ବେହେରା, ଦିଲ୍ଲୀପ କୁମାର ସାହୁ, ଶୁଭେନ୍ଦୁ ପଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।