ରାଜଶ୍ରୀ ବଳାସୀ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ।

ପୋଲସରା,(ପିପିଟି ନ୍ଯୁଜ୍)୧୩/୦୪-ରାଜଶ୍ରୀ ବଳାସୀ ସମାଜ ଏ.ବରିଡା କେନ୍ଦ୍ରୀୟ କମିଟି ତରଫରୁ କରୋନା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ ହଜାର ଏବଂ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ ହଜାର ଟଙ୍କାର ଚେକ୍ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ପୋଲସରା ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ବିଡିଓ ଶମ୍ଭୁନାଥ ନନ୍ଦିଙ୍କ ଉପସ୍ଥିତରେ ପ୍ରଦାନ କରାଯାଇଛି ।ବଳାସୀ ସମାଜର ସଭାପତି ମଙ୍ଗୁଳୁଧର ସାହୁ,ସମ୍ପାଦକ ଚନ୍ଦ୍ର ଶେଖର ସାହୁ ଓ ଯୁଗ୍ମ ସଂପାଦକ ସୁମନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଚେକ୍ ପ୍ରଦାନ କରିଥିଲେ ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Comments (0)
Add Comment