ରାଜଶ୍ରୀ ବଳାସୀ ସମାଜର ବନ୍ଧୁମିଳନ।

ପୋଲସରା ,୧୧/୦୧(ପିପିଟି) :ରାଜଶ୍ରୀ ବଳାସି ସମାଜ କଳମ୍ବ ଗ୍ରାମ ପରିଷଦ ଆନୁକୁଲ୍ୟରେ ଏକ ବନ୍ଧୁ ମିଳନ ତଥା ସାଙ୍ଗଠନିକ ଆଲୋଚନା ଚକ୍ର ସଭାପତି କାଳୁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଟିତ ହୋଇଥିଲା। ଉକ୍ତ ବୈଠକରେ ମହମାନ୍ୟ ନାୟକ ପ୍ରଫୁଲ୍ଲ କୁମାର ପ୍ରଧାନ, କେନ୍ଦ୍ରସଭ୍ୟ ଡଃ ସୁଶାନ୍ତ କୁମାର ସାହୁ, ପ୍ରସାଦ କୁମାର ସାହୁ, ଉପସଭାପତି ଅଧ୍ୟାପକ ମନୋଜ କୁମାର ସାହୁ, ଯାଞ୍ଚ କମିଟି ସଭ୍ୟ ରାମକୃଷ୍ଣ ସାହୁ, ସଂପାଦକ ଧରଣୀଧର ସାହୁ ମଞ୍ଚାସୀନ ଥିଲେ। ସାଙ୍ଗଠନିକ ଆଲୋଚନା ଚକ୍ରରେ ମୀଟିକ ପ୍ରଧାନ ପ୍ରଭାକର ପ୍ରଧାନ, ପର୍ଶୁରାମ ପ୍ରଧାନ, ବୃନ୍ଦାବନ ପ୍ରଧାନ, ନିକୁଞ୍ଜ କୁମାର ସାହୁ, ଘନଶ୍ୟାମ ସାହୁ, ସୁଧୀର ପ୍ରଧାନ ,ସୁଶାନ୍ତ କୁମାର ପ୍ରଧାନ, ସୁଚିତ୍ର କୁମାର ପ୍ରଧାନ ସୁଶିତ କୁମାର ସାହୁ, ସନ୍ତୋଷ କୁମାର ସାହୁ, ଶ୍ୱେତାମ୍ୱର ସାହୁ, ରବୀନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ। ରାଜଶ୍ରୀ ବଳାସୀ ସମାଜର ପ୍ରଗତି ପାଇଁ ଯୁବ ସଂଗଠନ, ମହିଳା ସଂଗଠନର ଗୁରୁତ୍ଵ ସମ୍ପର୍କରେ ସଭ୍ୟ ମାନେ ମତ ପ୍ରକାଶ କରିଥିଲେ। ସମସ୍ତ ପୂର୍ବତନ ତଥା ବର୍ତ୍ତମାନର ସଭ୍ୟ, ଗ୍ରାମର ସମସ୍ତ ଶିକ୍ଷକ ବୃନ୍ଦ ତଥା ସମାଜ ପ୍ରେମୀ ଯୁବ ବନ୍ଧୁ ମାନେ ସହଯୋଗ କରିଥିଲେ। ପରିଶେଷରେ ସହ ସଂପାଦକ ରାମକୃଷ୍ଣ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment