***ରାକ୍ଷୀ***

ରାକ୍ଷୀଟିଏ ବାନ୍ଧି ସଂପର୍କର ଡୋରି
ସୁଦୃଢ କରଇ ଭଗ୍ନି…..
ଭାଇର ଶପଥ ଭଗ୍ନିର ସୁରକ୍ଷା
କରିବ ଡେଇଣ ଅଗ୍ନି…..!!
ଦୁଷ୍ଟ ନାସ୍ତିକର ଲୋଲୁପ ଦୃଷ୍ଟିରୁ
ଉଦ୍ଧାରିବ ଭାଇ ସଦା….
ଭାଇ ଭଉଣୀର ସଂପର୍କ ଜଗତେ
ବିଲୁପ୍ତ ନହେବ କଦା…..!!
ଭାଇ ଯା’ର ଅଛି ଭଉଣୀ ନିର୍ଭୟେ
ସ୍ବାଧୀନେ ଭ୍ରମଣ କରେ….
ମନେ ସଙ୍କା ତେଜି ଆନନ୍ଦ ମନରେ
ଦିନ ସଦା କାଟୁଥାଏ….!!
ଭଗ୍ନି ମନାସଇ ଜଗନ୍ନାଥ ପାଶେ
ଭାଇ ଦୀର୍ଘ ଜୀବୀ ଥାଉ….
ସୁସ୍ଥ ସବଳ ଶକ୍ତିଶାଳୀ ହୋଇ
କୀର୍ତ୍ତି ଧ୍ବଜା ଉଡୁଥାଉ….!!
ଯାହା ଘରେ ଜନ୍ମି ନାହିଁ ଭାଇଟିଏ
ସେ ଭଗ୍ନି ବିଷାଦେ ରହେ….
ପଦେ ପଦେ ମଣେ ବିପଦ ଆଶଙ୍କା
ମରି ମରି ବଞ୍ଚୁଥାଏ….!!
ଭାଇ ଯା’ର ଅଛି ସେ ଭଗ୍ନି ଦାଣ୍ଡରେ
ମଥାକୁ ଉତ୍ଥିତ କରି…..
ଚାଲୁଥାଏ ପଥ ପାଦେ କୁସୁମିତ
ପୁଲକ ଆହ୍ଲାଦ ସ୍ମରି….!!

(କବି କେଶବ ଚନ୍ଦ୍ର ନାୟକ)(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)ମୋନ:୯୪୩୭୭୭୯୪୪୭

Comments (0)
Add Comment