ରାଇରଙ୍ଗପୁର ବନାଞ୍ଚଳ ସମ୍ମିଳନୀ କକ୍ଷରେ ୬୬ ତମ ବନଖଣ୍ଡୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଦିବସ ପାଳିତ ।

ରାଇରଙ୍ଗପୁର, ୦୫/୧୦( ପିପିଟି); ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ରବିବାର ଦିନ ମଧ୍ୟାହ୍ନରେ ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଧର୍ମେନ୍ଦ୍ର ଶତପଥୀ ଯୋଗଦେଇଥିଲେ । ବନ୍ୟଜନ୍ତୁ ସୁରକ୍ଷା ଓ ବିକାଶ ପାଇଁ ପ୍ରଶାସନ, ସ୍ବେଚ୍ଛାସେବୀ, ପରିବେଶବିତ ଚିନ୍ତା କରିବା ଦରକାର । ଜୀବ ଜଗତ ପାଇଁ ମନୁଷ୍ୟ ଓ ପଶୁପାଳନ ମଧ୍ୟରେ ସନ୍ତୁଳନ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ । ବନ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା, ବୃକ୍ଷରୋପଣ,ହାତୀ ସୁରକ୍ଷା,ନରେଗା କାମରେ ଶ୍ରମିକଙ୍କୁ ଅଧିକରୁ ଅଧିକ ନିୟୋଜିତ କରିବା , ନିଆଁ ଦାଉରୁ ଜଙ୍ଗଲ ରକ୍ଷା ,ବୃକ୍ଷଚାରା ସୃଷ୍ଟି କରିବା, ଲୋକଙ୍କୁ ସଚେତନତା କରାଇବାରେ ୨୦୧୯-୨୦ ଏବଂ ୨୦୨୦-୨୧ ରେ ବିଭିନ୍ନ ବନାଞ୍ଚଳର କାର୍ଯ୍ୟରତ ବନ କର୍ମଚାରୀଙ୍କ ମନୋବଳ ସୁଦୃଢ ଓ ଉତ୍ସାହିତ କରିବା ପାଇଁ ଏହି ବିଶ୍ବ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଦିବସରେ ଉତ୍ସାହିତ କରାଯାଇଥିଲା । ସେମାନେ ହେଲେ ରାଇରଙ୍ଗପୁର ବନାଞ୍ଚଳର ଅଶୋକ ଦାସ (ରେଞ୍ଜର) ପରମାନନ୍ଦ ମହାନ୍ତ, ଆଲୋକ ସେଠୀ , ମନୋରଂଜନ ମହାନ୍ତ,ବହଳଦା ବନାଞ୍ଚଳର ଶରତ କୁମାର ତରେଇ(ରେଞ୍ଜର),ହେମନ୍ତ ହେମ୍ବ୍ରମ, ରଂଜିତା ମହାନ୍ତ,ମହାବୀର ସିଂ ମୁର୍ମୁ, ଜୀତେନ୍ଦ୍ର ବେହେରା, ଇନ୍ଦ୍ରାଣୀ ମୁର୍ମୁ,ମେନକା ନାଏକ, ବାଦାମ ପାହାଡ ବନାଞ୍ଚଳର ସଚ୍ଚିକାନ୍ତ ଦିଗବାରେଣି,ଜେନାମଣି ବାନ୍ୟାନ୍,ଅମିତ ସାହୁ,ମାଣିକ ମହାନ୍ତ,ବିଶୋଇ ବନାଞ୍ଚଳର ପ୍ରଦୀପ ପୃଷ୍ଟି, ମାନସ ରଂଜନ ମହାକୁଡ଼, ସରାବନ୍ତୀ ମାରାଣ୍ଡି,ପ୍ରଭାତ ରଂଜନ ମହାନ୍ତ ଜିତୁ ମାଝୀ,ଜୀବନ ବଲ୍ଲଭ ପାତ୍ର ଏବଂ ମଣଦା ବନାଞ୍ଚଳର ସୁଶାନ୍ତ ପାତ୍ରଙ୍କୁ ସେମାନଙ୍କର ଵନସୁରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁଁ ଉଲ୍ଲେଖନୀୟ ଅବଦାନ ଯୋଗୁଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସହ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ପ୍ରଦୀପ୍ତ କବି, ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଆଡଭୋକେଟ ଅକ୍ଷୟ ମହାନ୍ତି, କଥାଶିଳ୍ପୀ ଲଳିତ ମହାନ୍ତ, ସ୍ବୈଛାସେବୀ ଲକ୍ଷ୍ମଣ ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । (ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ)

Comments (0)
Add Comment