ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକଙ୍କ ଦେହାନ୍ତ ।

ରାଇରଙ୍ଗପୁର-୦୭/୧୦(ପିପିଟି); ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲର ବରିଷ୍ଠ ପୋଲିସ ପ୍ରଶାସକ ତଥା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକଙ୍କ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କରୋନା ଆକ୍ରାନ୍ତରେ ମଙ୍ଗଳବାର ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । ସେ ଜଣେ କେବଳ ବରିଷ୍ଠ ଦକ୍ଷ ପୋଲିସ ପ୍ରଶାସକ ଥିଲେ ଏବଂ ଜଣେ ଭଦ୍ର,ମେଳାପି,ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ମୟୂରଭଂଜ ଜିଲ୍ଲାର ଜଣେ ବରିଷ୍ଠ କରୋନା ଯୋଦ୍ଧା ହରାଇଲା‌ । ତାଙ୍କ ମୃତ୍ୟୁରେ ପୋଲିସ ବିଭାଗ ସମେତ ସାଧାରଣରେ ଶୋକରେ ଛାୟା ଖେଳିଯାଇଛି । (ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ ।)

Comments (0)
Add Comment