ରସାୟନ ବିଜ୍ଞାନ ପରୀକ୍ଷାରେ କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ରଙ୍କ କୃତିତ୍ୱ ।

ବେଲଗୁଣ୍ଠା,୨୭/୦୮(ପିପିଟି): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ପରୀକ୍ଷାରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ଶୁଭାଶିଷ ନାହାକ ବିଶ୍ଵବିଦ୍ୟାଳୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ମହାବିଦ୍ୟାଳୟର ଏକ ମାତ୍ର ଛାତ୍ର ଭାବେ ସେ ରସାୟନ ବିଭାଗର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ଶୁଭାଶିଷଙ୍କ ପରିବାର ସମେତ, ମହାବିଦ୍ୟାଳୟ ଏବଂ ସାଙ୍ଗସାଥୀଙ୍କ ମହଲରେ ଖୁସିର ମାହୋଲ ଖେଳିଯାଇଛି । ଶୁଭାଶିଷ୍ ତାଙ୍କ ସଫଳତାର ସମସ୍ତ ଶ୍ରେୟ ବିଭାଗୀୟ ଅଧ୍ୟାପକ ରବିନାରାୟଣ ପାତ୍ରଙ୍କୁ ପ୍ରଦାନ କରିଛନ୍ତି ।ଶୁଭାଶିଷଙ୍କ ଏହି ସଫଳତା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ଅଧ୍ୟାପକ ବିଦ୍ୟାଧର ସ୍ୱାଇଁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଶୁଭାଶିଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment