ରବି ଧାନ ଉଠିବାରେ ବଢୁଛି ଅଡ଼ୁଆ : ପ୍ରଶାସନକୁ ଦାୟୀ କରି ଧାନ ବସ୍ତା ରଖି ଜାତୀୟ ରାଜପଥ ଅବରୋଧ କଲେ ଚାଷୀ ।

ସୁବର୍ଣ୍ଣପୁର ,୦୩/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ରେ ଚାଷୀମାନଙ୍କ ଠାରୁ ୨୨ତାରିଖରୁ ରବିଧାନ ଉଠାଇବା ପାଇଁ ଡିଏଲପିସି ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା।ହେଲେ ସପ୍ତାହେ ବିତିଯାଇଥିଲେ ମଧ୍ୟ ଆଶାନୁରୂପ ଧାନ ଉଠାଇବାରେ ବିଫଳତା ପାଇଁ ପ୍ରଶାସନ କୁ ଦାୟୀ କରିଛନ୍ତି ଚାଷୀ। ବିଶେଷ କରି ମଣ୍ଡି ମାନଙ୍କରେ ଆଦ୍ରତା ଟେଷ୍ଟ ପାଇଁ କୌଣସି ଅଭିଜ୍ଞ ଟେକନିସିଏନ୍ ନଥାଇ ମଧ୍ୟ ଚିରାଚରିତ ଢଙ୍ଗରେ ମନ ଇଚ୍ଛା ୩/୪ କେଜି କଟଣି ଛଟଣିକୁ ତିବ୍ର ବିରୋଧ କରିଛନ୍ତି ଚାଷୀ।କୋୖଣସି ପେକ୍ସ ରେ ଆର୍ ଏମ୍ ସି ଷ୍ଟାଫ୍ କିମ୍ବା ମାନ ନିର୍ଣ୍ଣୟ ଅଧିକାରୀ ନଥିବା ଯୋଗୁଁ ତଥା ପେକ୍ସ ମାନଙ୍କରେ ମଧ୍ୟ ଷ୍ଟାଫ୍ ନଥାଇ ପିଅନ୍ ଓ ମିଲର୍ସ ଦଲାଲ ଙ୍କ ମାଧ୍ୟମରେ ଧାନ କିଣା ଚାଲିଛି। ଯଦିଓ ବିନିକା ଓ ଡୁଙ୍ଗୁରିପାଲି ର ସମଲେଇ ଚୁଆଁ, ବଡକର୍ଲେ ଇତ୍ୟାଦି ପେକ୍ସ ରେ କଟଣିଛଟଣି ଓ ବସ୍ତାରୁ ନେଇ ବାଦାନୁବାଦ ଚାଲିଥିବା ବେଳେ ସଂପୃକ୍ତ ପେକ୍ସ ରୁ ହଜାର କ୍ୱଣ୍ଟାଲ ଧାନ ଉଠି ସାରିଥିବା ସେଠାରେ ଉପସ୍ଥିତ ଥିବା ଚାଷୀ ପ୍ରତିନିଧି ଙ୍କୁ ଚକିତ କରିଥିବା ଦେଖାଯାଇଛି। ଏ ସଂପର୍କରେ ଯଦିଓ ସଂପୃକ୍ତ ପେକ୍ସ ରେ ବିକ୍ରୀ ଧାନର ଆଦ୍ରତା ଟେଷ୍ଟ ରିପୋର୍ଟ ଦେଖାଇବାରେ ଅସମର୍ଥ ପ୍ରକାଶ କରିଥିବାରୁ ଏଥିରେ ଅଧିକାରୀ ଓ ମିଲର୍ସ ଙ୍କ ଅସାଧୁ ମେଣ୍ଟ ପଦାରେ ପଡ଼ିଛି ବୋଲି ନବନିର୍ମାଣ କୃଷକ ସଂଗଠନ ର ମହିଳା ରାଜ୍ୟ ଉପ ସଭାପତି ସୋନାଲି ବିଶି ମତ ରଖିଛନ୍ତି। ଏପରିକି ଜିଲ୍ଲାରେ ଧାନ କିଣା ନେଇ ଥିବା ସରକାରୀ ନିତିକୁ ସଂପୂର୍ଣ୍ଣ ଉଲଂଘନ କରାଯାଇଥିବା ସେ ପ୍ରକାଶ କରି ଜିଲ୍ଲାରେ‌ ଏପରିକି ଧାନ କିଣା ରେ ଚାଷୀଙ୍କୁ ନେଇ ଏସ୍ ଏଲ୍ ପି ସି କମିଟି ମଧ୍ୟ ଗଠନ କରିନଥିବା ଯୋଗୁଁ ପ୍ରଶାସନର ସ୍ବଚ୍ଛତା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ବିଶେଷ କରି କୌଣସି ମଣ୍ଡି ମାନଙ୍କରେ ଆର୍ ଏମ୍ ସି ଷ୍ଟାଫ୍ କିମ୍ବା ମାନ ନିର୍ଣ୍ଣୟ ଅଧିକାରୀ ନଥାଇ ମିଲର୍ସଙ୍କ ଖବଜି ରେ ବିଭିନ୍ନ ମଣ୍ଡି ଚାଲୁଥିବା ନେଇ ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନ ନେବା କାରଣରୁ ଆଜି ବଲାଙ୍ଗୀର ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ଧାନବସ୍ତା ରଖି ଚାଷୀମାନେ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ସି ଏସ୍ ଓ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ଏସ୍ ଡିପିଓ ପ୍ରତାପ ତ୍ରିପାଠୀ ପ୍ରମୁଖ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରୁଛନ୍ତି। ଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଏଠାକୁ ଆସି ଏ ଘଟଣାର ସମାଧାନ କରନ୍ତୁ ବୋଲି ଅଡି ବସିଛନ୍ତି। ସିଏସ୍ଓ ସୁରେଶ ପାଣିଗ୍ରାହୀ ଚାଷୀମାନଙ୍କୁ ଠିକ୍ ସମୟରେ ଧାନର ଆଦ୍ରତା ପରୀକ୍ଷା କରିବା ସହ ବିନା କଟଣିଛଟଣିରେ ଧାନ ଉଠାଇବାକୁ ଲିଖିତ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା ଓ ଗାଡ଼ିମଟର ଚଳାଚଳ ସ୍ଵାଭାବିକ ହୋଇଥିବା ଦେଖାଯାଇଥିଲା। ଆଜିର ଏହି ବିକ୍ଷୋଭ ବେଳେ ଚାଷୀ ନେତ୍ରୀ ସୋନାଲି ବିଶି, ବୈକୁଣ୍ଠ ଶତପଥୀ, ସୁଧିର ବଘାର ଙ୍କସହ ଅନେକ ଚାଷୀ ନେତା ଓ ପ୍ରତିନିଧି ଉପସ୍ଥିତ ଥିଲେ ।

ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment