ରଣପୁର,୧୦/୦୮ (ପିପିଟି): ସି ଆଇ ଟି ୟୁ ନେତୃତ୍ୱରେ ଶତାଧିକ ପାଚିକା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ନିର୍ମାଣ ଶ୍ରମିକ ମିସି ଆଜି ରଣପୁର ପଞ୍ଚୁ ଦୋଳ ପଡ଼ିଆ ରଘୁଦିବାକର ଶହୀଦ ମଣ୍ଡପ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ରଣପୁର ବ୍ଳକ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ। ଶ୍ରମିକ ନେତା ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସମାବେଶ ରେ ବକ୍ତା ମାନେ କେନ୍ଦ୍ର ର ମୋଦୀ ସରକାର ଙ୍କ ଶ୍ରମିକ ମହାରଣା ନୀତି ଓ ଜନ ମହାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଆଶା, ପାଚିକା,ଓ ଅଙ୍ଗନବାଡ଼ି କର୍ମୀ ଭଳି ଅନୁଦାନ ଜୋଜନା ର ଶ୍ରମିକ ମାନେ ଯେତେବେଳେ ନିୟମିତ ହେବାକୁ ଦାବୀ କରୁଛନ୍ତି ଠିକ୍ ସେତିକି ବେଳେ କେନ୍ଦ୍ର ମୋଦୀ ସରକାର ୪୪ ଟି ଶ୍ରମ ଆଇନ ସସୋଧନ କରି ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ଆଣିଛନ୍ତି।ଯାହାକି ଶ୍ରମିକ ମାନଙ୍କ ଅଧିକାର କୁ ସମ୍ପୂର୍ଣ୍ଣ ହ୍ରାସ କରିଛି। ସରକାର ଙ୍କ ଘରୋଇକରଣ ନୀତି ଯୋଗୁଁ ନିଯୁକ୍ତି ପରିବର୍ତ୍ତେ ଶ୍ରମିକ ଛଟେଇ କରୁଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଞ୍ଜିପତି ତୋଷଣ ଯୋଗୁଁ ବଜାର ଦର ଆଜି ଆକାଶ ଛୁଆଁ ହେବାରୁ ସାଧାରଣ କାଉଟି ନାହିଁ ନଥିବା ହଇରାଣ ହେଉଛନ୍ତି।ବିଧାୟକ ଓ ସାଂସଦଙ୍କ ଦରମା ମାସିକ ୧୦ଗୁଣ ହୋଇଥିଲା ବେଳେ ଆଶା, ପାଚିକା ଓ ଅଙ୍ଗନବାଡ଼ି କର୍ମୀ ମାନେ ଏଣୁ କରି ସ୍ବଳ୍ପ ପାଉଣାରେ ଖଟି ଖଟି ଅଭାବ ରେ ବଞ୍ଚୁ ଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନିଷ୍ପତ୍ତି ଯୋଗୁଁ ନିର୍ମାଣ ଶ୍ରମିକ ପରିବାର ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରି ଥିଲେ। ଏଥିପାଇଁ ଉଭୟ ସରକାର ସମସ୍ତ ଶ୍ରମିକ ଙ୍କୁ ମାସିକ ୨୬ହଜାର ଟଙ୍କା, ମାସିକ ୧୦ହଜାର ଟଙ୍କା ପେନସନ, ସାମାଜିକ ସୁରକ୍ଷା,ଅବସର କାଳୀନ ଓ ମୃତ୍ୟୁ କାଳୀନ ୮ଲକ୍ଷ ଟଙ୍କା, ନିର୍ମାଣ ଶ୍ରମିକ ଙ୍କୁ ସହାୟତା ଉଭୟ ସରକାର ଯୋଗାଇ ଦେବା ସହ ଦରଦାମ ବୃଦ୍ଧି ରେ ଲଗାମ ଲଗାଇ ବାକୁ ବକ୍ତା ମାନେ ଦାବୀ କରିଥିଲେ। ନଚେତ୍ ଆଗାମୀ ୨୦୨୪ ନିର୍ବାଚନ ରେ ମୋଦୀ ଓ ନବୀନ ସରକାର କୁ ଉଚିତ ଜବାବ ଦିଆଯିବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଥିଲା।ଏକ ପ୍ରତିନିଧି ମଣ୍ଡଳୀ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୫ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ। ପାଚିକା ଧନୀ ଦେଇ ଙ୍କ ଅନ୍ୟାୟ ଛଟେଇ ର ପ୍ରତିବାଦ କରି ସଙ୍ଗଠନ ତରଫରୁ ମଣ୍ଡଳ ଶିକ୍ଷାଧିକାରୀଣୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ୮ଦଫା ଦାବୀ ପତ୍ର ପ୍ରଦାନ କରି ଅନ୍ୟାୟ ଛଟେଇ କୁ ବାତିଲ ପାଇଁ ଅଡି ବସିବାରେ ନିଜେ ଶିକ୍ଷା ଅଧିକାରୀଣି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ଗଣବିକ୍ଷୋଭ ରେ ରାଜ୍ୟର ଶ୍ରମିକ ନେତା ସୁରେଶ ସ୍ବାଇଁ, ପାଚିକା ସଂଘ ର ଜିଲ୍ଲା ସଭାପତି ସୁକାନ୍ତି ଜେନା, ପ୍ରଭାତି ବେହେରା, ଆଶାକର୍ମୀ ନେତ୍ରୀ ରଞୁଲତା ମହାପାତ୍ର ଓ ସ୍ମୃତି ରେଖା ସେନାପତି, ଅଙ୍ଗନବାଡ଼ି ସଭାପତି ମନୋଜ ପାତ୍ର ଓ ରମ୍ଭା ବତୀ ପ୍ରଧାନ, ଶ୍ରମିକ ନେତ୍ରୀ ସଞୁକ୍ତା ସେଠୀ ବକ୍ତବ୍ୟ ଦେଇ ଥିଲା ବେଳେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡ଼ା,ଗଦାଧର ପରଧାନ,କୁଳମଣି ପଲେଇ ,ଶୁଶୀଲ ମହାନ୍ତି ଓ ଧନେଶ୍ଵର ନାୟକ ପ୍ରମୁଖ ସମର୍ଥନ ବକ୍ତବ୍ୟ ଦେଇ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)