ରଣପୁର ଡ୍ରପଆଉଟ ବାଳିକା ଓ ମହିଳା ବିଦ୍ୟାର୍ଥୀଙ୍କର ଦଶମ ଶ୍ରେଣୀରେ ୯୯% ସଫଳତା।

ରଣପୁର,୦୪/୦୫(ପିପିଟି):ସର୍ବଭାରତୀୟ ସ୍ତରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ ପ୍ରଥମ ଓଡ଼ିଶା ସେକେଣ୍ଡ ଚାନ୍ସ ପ୍ରୋଗ୍ରାମ ତରଫରୁ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ଅଞ୍ଚଳରେ ମାଟ୍ରିକ ପାସରୁ ବଞ୍ଚିତ ହେଉଥିବା ବାଳିକା ଓ ମହିଳାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପାସ୍ କରିବାର ବ୍ୟବସ୍ଥା କରାଯାଇ ଆସୁଅଛି l ଏହି ସଂଗଠନ ତରଫରୁ ନୟାଗଡ଼ ଜିଲ୍ଳା ରଣପୁର ବ୍ଳକରେ ୨୦୨୪-୨୫ଶିକ୍ଷା ବର୍ଷରେ ୯୯% ବିଦ୍ୟାର୍ଥୀ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଖତିଆ, ବାଉଁଶଗଡ଼,ଲେଖନପୁର, ମହତପଲ୍ଲା , ମଝିଆଖଣ୍ଡ , ହଂସରା , କୁଳାସର ଓ କାଣ୍ଡପଡା ଆଦି ଗ୍ରାମରେ କ୍ଲଷ୍ଟର କ୍ଲାସ କାରଯାଇ ୧୨୭ ରୁ ୧୨୬ ଜଣ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି l ଏଥି ମଧ୍ୟରୁ B1 ରେ ଜଣେ, B2ରେ ୪୦ ଜଣ C ଗ୍ରେଡ଼ରେ ୬୧ଜଣ ଓ D ଗ୍ରେଡ଼ରେ ୨୪ ଜଣ ଏହିଭଳି ମୋଟ ୧୨୬ ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି l ମାଟ୍ରିକ ପୂର୍ବରୁ ପାଠ ଛାଡ଼ିଦେଇଥିବା ବାଳିକା ଓ ମହିଳାମାନଙ୍କୁ ପାସ୍ କରିବାର ଳକ୍ଷ୍ୟ ନେଇକାର୍ଯ୍ୟରତ ଏହି ସ୍ଵେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ କାର୍ଯ୍ୟକ୍ରମକୁ ଅଭିଭାବକମାନେ ଭୂରୀଭୂରୀ ପ୍ରସଂଶା କରିଥିଲେ । ରଣପୁର ବ୍ଳକରେ ଶହ ଶହ ବାଳିକା ମାନେ ମାଟ୍ରିକ ପୂର୍ବରୁ ପାଠ ଛାଡ଼ିଦେଇଥିବାରୁ ପ୍ରଥମ ସେକେଣ୍ଡ ଚାନସ୍ ପ୍ରୋଗ୍ରାମ ମାଧ୍ୟମରେ ଶିକ୍ଷାଦାନ କରାଯାଇ ଗୋଟିଏ ବର୍ଷରେ ମାଟ୍ରିକ ପାସ କରାଯିବାର ବ୍ୟବସ୍ଥା ଅଧିକ ସୂଦୃଢ କରିବାକୁ କହି ରଣପୁର ଶିକ୍ଷା ଗୋଷ୍ଠୀ ଓ ଅଭିଭାବକବୃନ୍ଦ ପ୍ରଥମ ଓଡ଼ିଶାର ରାଜ୍ୟ ସଂଯୋଜକ ରାମ ପ୍ରସାଦ ମହାନ୍ତି, ରାଜ୍ୟ ପ୍ରମୁଖ ପୁଷ୍ପାଞ୍ଜଳି ପରିଡା ଏବଂ ରଣପୁର ସେକେଣ୍ଡ ଚାନ୍ସର ସେଣ୍ଟର ଇନଚାର୍ଜ ତ୍ରିପତୀ ବାଲାଜୀ ଶତପଥୀ ତଥା ଭାଷା ଏସ. ଆର. ଜି. ପ୍ରଶାନ୍ତ କୁମାର ଦାଶ ଏବଂ ଗୃହବିଜ୍ଞାନ ଶିକ୍ଷୟିତ୍ରୀ ଉଷା ସାହୁ, ସାହିତ୍ୟ ଶିକ୍ଷୟିତ୍ରୀ ଦୀପ୍ତିମୟୀ ପ୍ରଧାନ ଓ ଶିକ୍ଷକ ସଞ୍ଜୟ ଦାଶ, ଇଂରାଜୀ ଶିକ୍ଷକ ବିଶ୍ୱନାଥ ଦଳବେହେରା, ଚିତ୍ରକଳା ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ମୁଖି, ଭାରତୀୟ ସଂସ୍କୃତି ଓ ଐତିହ୍ୟ ଶିକ୍ଷକ ଭଜରାମ ବିଷୋୟୀଙ୍କୁ ସାଧୁବାଦ ଜଣାଇଛନ୍ତି l

ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment