ଭୁବନେଶ୍ବର,୨୫/୦୮ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟ ରେ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୨୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୯ ଟି ଜିଲ୍ଲାରୁ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।ଅନୁଗୁଳ ଜିଲ୍ଲା ରୁ ୦୧ ଜଣ, ବାଲେଶ୍ବର ଜିଲ୍ଲାରୁ ୦୭ ଜଣ,ବରଗଡ଼ ଜିଲ୍ଲାରୁ ୧୨ ଜଣ, ଭଦ୍ରକ ଜିଲ୍ଲାର ୦୨ ଜଣ,ବଲାଙ୍ଗୀର ଜିଲ୍ଲାରେ ୨୫ ଜଣ ବୌଦ୍ଧ ଜିଲ୍ଲାରେ ୨୮ ଜଣ, କଟକ ଜିଲ୍ଲାରୁ ୨୨ ଜଣ,ଦେବଗଡ ଜିଲ୍ଲାରୁ ୦୩ ଜଣ,ଢେଙ୍କାନାଳ ଜିଲ୍ଲାରେ ୦୧ଜଣ, ଗଜପତି ଜିଲ୍ଲାରୁ ୦୬ ଜଣ, ଗଞ୍ଜାମ ଜିଲ୍ଲାରୁ ୦୧ ଜଣ ,ଯାଜପୁର ଜିଲ୍ଲାରେ ୧୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୦୪ ଜଣ,କଳାହାଣ୍ଡି ଜିଲ୍ଲାର ୧୪ ଜଣ,କନ୍ଧମାଳ ଜିଲ୍ଲାରେ ୦୨ ଜଣ,କେନ୍ଦ୍ରାପଡା ଜିଲ୍ଲାରେ ୦୧ ଜଣ,କେନ୍ଦୁଝର ଜିଲ୍ଲାରେ ୦୪ଜଣ, ଖୋର୍ଦ୍ଧା ଜିଲ୍ଲାରେ ୬୨ ଜଣ, କୋରାପୁଟ ଜିଲ୍ଲାରେ ୦୨ ଜଣ, ମାଲକାନଗିରି ଜିଲ୍ଲାରେ ୦୨ ଜଣ,ମୟୂରଭଞ୍ଜ ଜିଲ୍ଲାରେ ୦୮ ଜଣ, ନବରଙ୍ଗପୁର ଜିଲ୍ଲାରେ ୧୨ ଜଣ, ନୟାଗଡ ଜିଲ୍ଲାରେ ୦୪ ଜଣ,ନୂଆପଡା ଜିଲ୍ଲାରେ ୧୧ ଜଣ, ପୁରୀ ଜିଲ୍ଲା ରୁ ୦୪ ଜଣ,ସମ୍ବଲପୁର ଜିଲ୍ଲାରୁ ୦୬ ଜଣ,ସୋନପୁର ଜିଲ୍ଲାରେ ୦୫ ଜଣ,ସୁନ୍ଦରଗଡ ଜିଲ୍ଲାରେ ୭୮ ଜଣ ,ଷ୍ଟେଟ ପୁଲ୍ ରୁ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ ୧୩,୨୬,୧୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୪,୭୫୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୧୪୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।