ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୬୧ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୨୯/୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୧୫ ଟି ଜିଲ୍ଲାରୁ ୧୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ୬୦ ଜଣ,ପୁରୀ ଜିଲ୍ଲାରୁ ୦୫ ଜଣ, କଟକ ଜିଲ୍ଲାରେ ୩୨ ଜଣ,ସୁନ୍ଦରଗଡ ଜିଲ୍ଲାରେ ୧୩ ଜଣ ସମ୍ବଲପୁର ଜିଲ୍ଲାରେ ୦୧ ଜଣ, ଯାଜପୁର ଜିଲ୍ଲାରୁ ୦୨ ଜଣ,ବାଲେଶ୍ବର ଜିଲ୍ଲାରୁ ୦୮ଜଣ,ଭଦ୍ରକ ଜିଲ୍ଲାରେ ୦୩ଜଣ,ଜଗତସିଂହପୁର ଜିଲ୍ଲାରୁ ୦୩ଜଣ,ଝାରସୁଗୁଡା ଜିଲ୍ଲା ରୁ ୦୩ଜଣ,କେନ୍ଦୁଝର ଜିଲ୍ଲାରେ ୦୧ଜଣ,ମୟୂରଭଞ୍ଜ ଜିଲ୍ଲାରେ ୦୧ଜଣ,ନୂଆପଡା ଜିଲ୍ଲାରେ ୦୧ଜଣ,ରାୟଗଡା ଜିଲ୍ଲାରୁ ୦୫ଜଣ,ସୋନପୁର ଜିଲ୍ଲାରେ ୦୫ ଜଣ, ଷ୍ଟେଟ ପୁଲ୍ ରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୯, ୬୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୭୯,୭୯୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୨୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Comments (0)
Add Comment