ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୬/୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୭ ଟି ଜିଲ୍ଲାରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨୨ ଜଣ, ବାଲେଶ୍ବର ଜିଲ୍ଲାରୁ ୦୧ ଜଣ , ଭଦ୍ରକ ଜିଲ୍ଲାରେ ୦୧ ଜଣ, କଟକ ଜିଲ୍ଲାରୁ ୦୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୦୧ ଜଣ, ପୁରୀ ଜିଲ୍ଲାରୁ ୦୧ ଜଣ, ସମ୍ବଲପୁର ଜିଲ୍ଲାରୁ ୦୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୦୨,ଷ୍ଟେଟ ପୁଲ୍ ରୁ ୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୮, ୭୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୭୯,୩୮୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୭୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Comments (0)
Add Comment