ରଜରେ ଜନଶୂନ୍ୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ।

ଭଞ୍ଜନଗର,୧୪/୦୬(ପିପିଟି); ଆମ ରାଜ୍ୟରେ ବାର ମାସରେ ତେର ପର୍ବ ମଧ୍ୟରେ ରଜପର୍ବ ହେଉଛି ନିଆରା।ଏହି ସମୟରେ ଝିଅ ଓ ବୋହୁମାନେ ଦୈନନ୍ଦିନ ଜୀବନରେ ବିଶ୍ରାମ ନେବା ସହ ନୂତନ ବସ୍ତ୍ର ଓ ଅଳଙ୍କାର ପରିଧାନ କରି ସାଙ୍ଗସାଥି ଗହଣରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥାନ୍ତି।ବିଶେଷ କରି ଘରେ ଘରେ ପୋଡ଼ ପିଠା,ରଜ ଖିଲି ପାନ ସାଙ୍ଗକୁ ରଜ ଦୋଳିର ମଜା ଉଠାଇଥାନ୍ତି ସମସ୍ତେ।ଭଞ୍ଜନଗର ଠାରେ ଥିବା ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଏହି ରଜ ତିନିଦିନ ବେଶ ଚଳଚଞ୍ଚଳ ହୋଇ ଉଠେ।ବର୍ତ୍ତମାନ ପରିସ୍ଥିତି ରେ ତାହା ଅଲୋଡ଼ା ହୋଇଯାଇଛି ସମସ୍ତଙ୍କ ପାଇଁ। ଏଠାରେ ଥିବା ଦୋଳି, ଇଲେକ୍ଟ୍ରିକ ଟ୍ରେନ, ଟୟଟ୍ରେନ,କଳିଙ୍ଗ ବୋଇତ, ମିକି ମାଉସ, ବୋଟିଂ, ଆକ୍ବାରିଅମ,କଣ୍ଢେଇ ନାଚ, ଖସଡ଼ା, ମ୍ୟୁଜିକ ଫାଉଣ୍ଟେନ,ବିଜୁ ମିନାର,ପ୍ରସିଦ୍ଧ ବେଲେଶ୍ଵର ପୀଠ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ସେଥି ମଧ୍ୟରେ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ଭିଡ଼ ଲାଗି ରହିଥାଏ। ହେଲେ ଗତ ଦୁଇ ବର୍ଷ ହେଲା ରଜ ପର୍ବ ସମୟରେ କରୋନା କଟକଣା ସକାଶେ ପାର୍କ ବନ୍ଦ ରହିବା ଯୋଗୁଁ ଜନଶୂନ୍ୟ ହୋଇ ପଡିଛି ଏହି ଶିଶୁ ଉଦ୍ୟାନ।ଏଠାରେ ନିୟୋଜିତ ବହୁ କର୍ମଚାରୀ ରୋଜଗାର ହରାଇ ଘରେ ହାତ ବାନ୍ଧି ବସି ରହିଛନ୍ତି। ଯାହାକୁ ନେଇ ଏହି ରଜ ସମୟରେ ଭଞ୍ଜନଗର ସମେତ ଆଖପାଖ ଅଞ୍ଚଳର ଲୋକମାନେ ନିରାଶ ହୋଇଛନ୍ତି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment