ରଙ୍ଗେଇଲୁଣ୍ଡା ବ୍ଲକର ବାହାଦୂରପେଟା ଠାରେ ଆବଶ୍ୟକତା ଅନୁଯାୟୀ ପାନୀୟ ଜଳ ମିଳୁନାହିଁ।

ବ୍ରହ୍ମପୁର,୨୭/୧୨(ପିପିଟି); ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବାହାଦୂରପେଟା ଠାରେ ନିର୍ମିତ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ। ବିଭାଗୀୟ ଯନ୍ତ୍ରୀ ମାନେ ପ୍ରଥମେ ଜଳର ଉତ୍ସକୁ ଅଣଦେଖା କରି ପ୍ରକଳ୍ପ ନିର୍ମାଣ କରୁଛନ୍ତି। ପ୍ରଥମେ ଟାଙ୍କି ତାପରେ ବୋରିଙ୍ଗ୍ କରାଯାଉଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ବିଫଳ ହେଉଥିବା ଦେଖିବାକୁ ମିଳୁଛି। ବାହାଦୂରପେଟା ରେ ଦୈନିକ ୧୦ ରୁ ୧୫ ମିନିଟ ପାନୀୟ ଜଳ ଯୋଗାଣ ହେଉଛି। ଯୋଗାଣ ସମୟରେ ପାଣିର ବେଗ ରହୁ ନାହିଁ। ଜଣଙ୍କ ପାଇଁ ଦୈନିକ ଆବଶ୍ୟକ ପାଣି ମିଳୁନାହିଁ କିନ୍ତୁ ପ୍ରତି ମାସରେ ପନୀୟ ଜଳ ପାଇଁ ୧୦୦ ଟଙ୍କା ଆଦାୟ କରାଯାଉଛି। ଆବଶ୍ୟକତା ଅନୁଯାୟୀ ପାନୀୟ ଜଳ ଯୋଗାଣ ପାଇଁ ସାଧାରଣରେ ଦାବି ହେଉଛି। ରକ୍ଷଣାବେକ୍ଷଣ ନାମରେ ବିଭାଗ କେତେ ଅର୍ଥ ଖର୍ଚ୍ଚ କରୁଛି ତାହା ତଦନ୍ତ ସାପେକ୍ଷ।

Comments (0)
Add Comment