ରଙ୍ଗେଇଲୁଣ୍ଡାରୁ ଉଡିଲା ବିମାନ।

ଭୁବନେଶ୍ବର,୦୫/୦୩: ଭୁବନେଶ୍ୱରରୁ ଗଞ୍ଜାମ ରଙ୍ଗେଇଲୁଣ୍ଡା ବିମାନ ଯାତ୍ରାର ଶୁଭାରମ୍ଭ ହୋଇଛି । ବିମାନବନ୍ଦର ପରିସରରୁ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ସିଟ୍ ବିଶିଷ୍ଟ ଏକ ବିମାନ ରଙ୍ଗେଇଲୁଣ୍ଡାରେ ଅବତରଣ କରିଛି । ଏହି ବିମାନ ଉଡାଣ ଦ୍ୱାରା ଭୁବନେଶ୍ୱରରୁ ବ୍ରହ୍ମପୁରକୁ ୧ ଘଣ୍ଟାର ଦୂରତା ହ୍ରାସ ପାଇବ । ବିମାନ ଉଡାଣ ଦ୍ୱାରା ଗଞ୍ଜାମ ଜିଲ୍ଲାବାସୀଙ୍କ ବହୁ ଦିନର ପ୍ରତୀକ୍ଷାର ଅନ୍ତଘଟିଛି ।
ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ୯ଟି ଆସନ ବିଶିଷ୍ଟ ବିମାନ ଉଡ଼ାଣ ଭରିଛି । ଏହା ସପ୍ତାହରେ ୨ ଦିନ ଚାଲିବ। ରୂପରେଖ ବୃଦ୍ଧି କରାଯିବାର ଯୋଜନା ରହିଛି । ତେବେ ଦୀର୍ଘଦିନର ଦାବି ପରେ ଆଜିଠାରୁ ବ୍ରହ୍ମପୁରକୁ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ଜାହିର କରିଛନ୍ତି।

ଆଜି ବିମାନଟି ଭୁବନେଶ୍ୱରରୁ ଦିନ ୧୦ଟାରେ ଉଡ଼ାଣ ଭରିଥିବା ବେଳେ ୧୦ଟା ୪୦ରେ ବ୍ରହ୍ମପୁରରେ ପହଞ୍ଚିଥିଲା। ଏହାପରେ ଦିନ ୧୧ଟା ୫ ରେ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିଥିଲା। ଆଜିର କାର୍ଯ୍ୟକ୍ରମ ସମୟରେ ମନ୍ତ୍ରୀ,ସାଂସଦ, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments (0)
Add Comment