ରଘୁବୀର ସାଂସ୍କୃତିକ ପରିଷଦର ୧୦ମ ବାର୍ଷିକ ଉତ୍ସବ ।

ଭଞ୍ଜନଗର, ୨୫/୦୨(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ରଘୁବୀର ସାଂସ୍କୃତିକ ପରିଷଦର ଦଶମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି।ବିଭିନ୍ନ ରୀତିନୀତି ଅନୁସାରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର,ଭ୍ରାତା ଲକ୍ଷ୍ମଣ ଓ ମାତା ସୀତାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବା ସହ ମନ୍ଦିରକୁ ଲାଗି ଅଗ୍ରପୂଜ୍ୟ ଗଜାନନ ଏବଂ ମାଆ ସନ୍ତୋଷିଙ୍କର ନୂତନ ବିଗ୍ରହ ସ୍ଥାପନ କରାଯାଇଛି। ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଗାଫୁର ପ୍ରଧାନ, ଉପସଭାପତି ଅନୁପମ ବାନାର୍ଜୀ, ସମ୍ପାଦକ ସୁରେନ୍ଦ୍ର ନାଥ ଗୌଡ଼, କୋଷାଧ୍ୟକ୍ଷ ବସନ୍ତ ପଣ୍ଡା, ଗରୀବ ସ୍ୱାଇଁ, ବଳରାମ ପ୍ରଧାନ, ଉପେନ୍ଦ୍ର କୁମାର ଦାସ ଓ ନବୀନ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ଏହି ଧାର୍ମିକ କାର୍ଯ୍ୟରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment