“ରକ୍ଷକ” କାର୍ଯ୍ୟକ୍ରମର ମାଷ୍ଟେର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ;ଜ଼ିଲ୍ଲାର ଚି଼ହ୍ନଟ ୧୫ ଗୋଟି ଦୁର୍ଘଟଣା ଜନିତ ବିପଦପୂର୍ଣ୍ଣ ସ୍ଥାନର ବ୍ୟକ୍ତି ବିଶେଷଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ଛତ୍ରପୁର,୨୨/୧୧(ପିପିଟି): ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଚଳିତ ମାସ ୧୧ ତାରିଖ ଦିନ ଆରମ୍ଭ କରାଯାଇଥିବା ” ରକ୍ଷକ ” କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଲେ ସଡ଼କରେ ଘଟୁଥିବା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ଏବଂ ଅନେକ ଧନ ଜୀବନ ସୁରକ୍ଷା ହୋଇପାରିବ । ଏହି ଆଧାରରେ ରାଜ୍ୟର ୩୦୦ ପ୍ରଶିକ୍ଷକ ୩୦ ଜ଼ିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସଫଳ ହୋଇଛି । ଆଜି ଛତ୍ରପୁର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜ଼ିଲ୍ଲା ପରିବହନ ବିଭାଗ ଦ୍ୱାରା ପରିଚାଳିତ ପ୍ରଶିକ୍ଷଣର ଶେଷ ଦିବସରେ ଅତିରିକ୍ତ ଜ଼ିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ବ୍ୟକ୍ତବ୍ୟରେ ୩ ଗୋଟି “ସି” ର ତାପ୍ତର୍ୟ୍ଯ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରଥମ ସି ରେ କଲ , ଦ୍ଵିତୀୟ ସି ରେ କେୟାର ଏବଂ ତୃତୀୟ ସି ରେ କ୍ଲିୟର । ଦୁର୍ଘଟଣା ସ୍ଥାନରେ ରହିଥିବା ସାଧାରଣ ବ୍ୟକ୍ତି ସର୍ବ ପ୍ରଥମେ ଦୁର୍ଘଟଣା ସ୍ଥାନରେ ଉପସ୍ଥିତରହି ଦୁର୍ଘଟଣା ଆଘାତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ କିଭଳି ଚିକିତ୍ସା ପ୍ରଦାନ କରିବେ ସେ ସମ୍ପର୍କରେ ସବିଶେଷ ଜ୍ଞାନ ଆହରଣ କରିବା ଜରୁରୀ, ତତ ସହିତ ସୂଚନା ପ୍ରଦାନ ଏବଂ ପ୍ରାଥମିକ ଚିକିତ୍ସା ସହ ଚିକିତ୍ସାଳୟକୁ ସ୍ଥାନାନ୍ତର ଦିଗରେ କେଉଁସବୁ ପଦକ୍ଷେପ ଗ୍ରହଣ କରିବା ଜରୁରୀ ତାହା ବୁଝାଇ ଥିଲେ । ଛତ୍ରପୁର ଉପଖଣ୍ଡ ପୋଲିସ ଅଧିକାରୀ ଗୌତମ କିଷାନ, ବାଣିଜ୍ୟ ପରିବହନ ବିଭାଗୀୟ ଯୁଗ୍ମ କମିଶନର ଧନଜୟ ସେନାପତି, ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ ପ୍ରମୁଖ ସମ୍ମାନିତ ରୂପେ ଯୋଗଦେଇ ମାଷ୍ଟର ଟ୍ରେନର ମାନଙ୍କ କାର୍ଯ୍ୟ ଯୋଗୁଁ ଜନଜୀବନ ସୁରକ୍ଷା ଦିଗରେ ସେମାନଙ୍କ ଭୂମିକା ସମ୍ପର୍କରେ ଜଣାଇ ଥିଲେ । ଜ଼ିଲ୍ଲାରେ ଚି଼ହ୍ନଟ କରାଯାଇଥିବା ୧୫ ଗୋଟି ଦୁର୍ଘଟଣା ଜନିତ ବିପଦ ପୂର୍ଣ୍ଣ ସ୍ଥାନ ଚି଼ହ୍ନଟ କରାଯାଇଅଛି, ସେହି ଅଞ୍ଚଳର ନିକଟସ୍ଥ ଅଞ୍ଚଳ ବାସି ଏବଂ ଦୋକାନୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେମାନେ କିପରି ଦୁର୍ଘଟଣା ସ୍ଥଳରେ ପହଞ୍ଚି ସେବା ଯୋଗାଇଦେଇ ଜୀବନ ରକ୍ଷାକରି ରୂପେ ଉଭା ହେବେ ତାହାର ପ୍ରଶିକ୍ଷଣ ଦିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ । ସମସ୍ତ ମାଷ୍ଟର ଟ୍ରେନର ମାନଙ୍କୁ ପ୍ରମାଣ ପତ୍ର ଓ କୀଟ ପ୍ରଦାନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦଯାପନୀ ଉତ୍ସବକୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments (0)
Add Comment