ରକ୍ତଦାନ ଶିବିରରୁ ୨୫ୟୁନିଟ ରକ୍ତ ସଂଗ୍ରହ ।

ଭଞ୍ଜନଗର, ୨୧/୦୩(ପିପିଟି) : ଗ୍ରୀଷ୍ମଋତୁରେ ରକ୍ତ ସଙ୍କଟକୁ ଦୂରୀକରଣ କରିବା ପାଇଁ ଭଞ୍ଜନଗରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା ପକ୍ଷରୁ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଅଧ୍ୟକ୍ଷ ଧନଞ୍ଜୟ ବାଙ୍କୀ ରାଓଙ୍କ ପୌରାହିତ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଉଛି।ରକ୍ତର ଅନ୍ୟ କୌଣସି ବିକଳ୍ପ ନଥିବାରୁ କିଭଳି ଭଞ୍ଜନଗର ରକ୍ତଭଣ୍ଡାର ରେ ଏହାର ଆବଶ୍ୟକତା ପୂରଣ କରାଯାଇ ରୋଗୀଙ୍କୁ ରକ୍ତ ଯୋଗାଇ ଦିଆଯିବ ତାହାକୁ ଦୃଷ୍ଟିରେ ରଖି ଏହି ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ମୋଟ ୨୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରକୁ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଉଦଘାଟନ କରି ପ୍ରଥମେ ରକ୍ତଦାନ କରିଥିଲେ। ଏବଂ ମୁଖ୍ୟ ଅତିଥି ଭାବେ ଥାନା ଅଧିକରୀ କୁମାର ମୁଦୁଲି ଯୋଗ ଦେଇଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମେଡିକାଲ ଅଧିକ୍ଷକ ଡା. ସୀତାଂଶୁ ଶେଖର ଶତପଥୀ,ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଏମଭିଆଇ ଏସ. ମହାରଣା,ଅନୁପମ ବାନାର୍ଜୀ, ଶୁଳପାଣି ଶତପଥୀ, ପଞ୍ଚାନନ ପାଳ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟାପିକା ମଞ୍ଜୁଳା ଭୂୟାଁ, ସ୍ଵାଗତିକା ଦୀକ୍ଷିତ,ଅଧ୍ୟାପକ ଦିବ୍ୟ ରଞ୍ଜନ ଦାସ, ଦୀପକ କୁମାର ମହାରଣା, ପ୍ରମୋଦ ପ୍ରଧାନ, ଜଗନ୍ନାଥ ଟୁଡୁ, ସଂଜୀବ ହାଁସଦା, ସୁକାନ୍ତ କୁମାର ବେହେରା, ସାମ୍ବାଦିକ ବିଶ୍ଵାମ୍ବର ଜେନା, ଜୟକୃଷ୍ଣ ପଟନାୟକ, ମନୋଜ ଗୌଡ଼, ରଞ୍ଜିତ ଜେନା, ନିଲୁ ବିଷୋୟୀ,ବୀରେନ୍ଦ୍ର ସ୍ୱାଇଁ ବିପଦର ବନ୍ଧୁ ଅନୁଷ୍ଠାନ ର ସମସ୍ତେ ସଦସ୍ୟ ଓ ଟାଟା ଷ୍ଟ୍ରାଇଭ ର ସଦସ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment