ରକ୍ତଦାନ କରି ମେଡ଼ିକାଲରୁ ୨ଦଲାଲ ଗିରଫ ।

ଭଞ୍ଜନଗର,୦୧/୧୨(ପିପିଟି): ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଆଜି ୨ଜଣ ଦଲାଲଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।ସୂଚନା ମୁତାବକ ଆଜି ଜଣେ ମହିଳାଙ୍କ ପାଇଁ ଗୋଟେ ୟୁନିଟ ରକ୍ତ ନିହାତି ଜରୁରୀ ଥିବା ବେଳେ ସେ ରକ୍ତ ସଂଗ୍ରହ କରି ନପାରି କିଛି ଦଲାଲଙ୍କ ହାବୁଡ଼ରେ ପଡିଯାଇଥିଲେ। ଉକ୍ତ ଦଲାଲ ରୋଗୀଙ୍କ ସମର୍କୀୟଙ୍କ ଠାରୁ ଗୋଟିଏ ୟୁନିଟ ରକ୍ତ ଯୋଗାଇ ଦେବା ପାଇଁ ୪,୫ଶହ ଟଙ୍କା ଦାବୀ କରିଥିଲେ।ବାଧ୍ୟ ହୋଇ ମହିଳା ଜଣଙ୍କ ରକ୍ତ ପାଇ ଦାବି ମୁତାବକ ପଇସା ଦେବା ସମୟରେ କୌଣସି କାରଣକୁ ନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।ତାହାକୁ ନେଇ ସେ ପୁଲିସ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସତଦନ୍ତ କରି ଆଜି ଦଲାଲ ସରୋଜ କୁମାର ସାହୁ ଓ ଯଜ୍ଞ ଦାସକୁ ଗିରଫ କରିଛି ।ଭଞ୍ଜନଗର ଥାନା କେସ ନଂ ୬୬୧/୨୨ରେ ଏକ ମାମଲା ରୁଜୁ ହୋଇ ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment