ଯୋଗୀମାରି ନଦୀରୁ ବାଲି ଚୋରା ଚାଲାଣ ବନ୍ଦ କରିବାକୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ।

ଭଞ୍ଜନଗର,୩୦/୦୬(ପିପିଟି) : ଭଞ୍ଜନଗର ତହସିଲ ଅନ୍ତର୍ଗତ ବାହାଡ଼ାପଦର ରାଜସ୍ୱ ସର୍କଲର ଯୋଗୀମାରି ଗ୍ରାମର ଲୋହରାଖଣ୍ଡି ନଦୀ ପଠା ରୁ ବେଆଇନ ଭାବେ ଆଜକୁ ଦୀର୍ଘ ୪ମାସ ହେବ କିଛି ବାଲି ଦଲାଲ ରାଜନୈତିକ ହସ୍ତକ୍ଷେପ କରି ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ବାଲି ଚୋରା ଚାଲାଣ କରି ଆସୁଛନ୍ତି। ଏ ସମ୍ପର୍କରେ ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନି। ଏ ନେଇ ଗୁରୁବାର ସ୍ଥାନୀୟ ସରପଞ୍ଚ ଲକ୍ଷଣ ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀ ଓ ବିଜେପି ପ୍ରତିନିଧି ଦଳ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନଦୀରୁ ବାଲି ଚୋରା ଚାଲାଣ ହେବା ଦ୍ୱାରା ବନ୍ୟା ବାତ୍ୟା ଆସିଲେ ଗ୍ରାମ ପ୍ରତି ବିପଦ ରହୁଥିବାରୁ ଏହା କୁ ବନ୍ଦ କରି କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏଥି ସହିତ ବ୍ଲକର ୧୦ ସରପଞ୍ଚ ଏବଂ ବିଜେପି ପ୍ରତିନିଧି ଦଳ ବ୍ଲକରେ ବିଡ଼ିଓଙ୍କୁ ଭେଟି ପଞ୍ଚାୟତ କାର୍ଯ୍ୟରେ ଅଧିକାରୀ ମାନେ ସହଯୋଗ କରୁନଥିବା ଅଭିଯୋଗ ଆଣିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସମର୍ଥିତ ସରପଞ୍ଚଙ୍କୁ ପଞ୍ଚାୟତ ଉନ୍ନତି କାର୍ଯ୍ୟରେ ସହଯୋଗ କରାଯାଉନାହିଁ ବୋଲି ସରପଞ୍ଚ ମାନେ ଜଣାଇଛନ୍ତି। ବିଜେପି ନେତା ପ୍ରଦ୍ୟୁମ୍ନ କୁମାର ନାୟକ,ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ନୀଳ ମାଧବ ପାତ୍ର, ରବୀନ୍ଦ୍ର କୁମାର ଗୌଡ଼ଙ୍କ ସମେତ ବହୁ ସରପଞ୍ଚ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment