ଯୁବ ସ୍ଵେଚ୍ଛାସେବୀଙ୍କ ଅକାଳ ବିୟୋଗ ।

ବେଲଗୁଣ୍ଠା, ୧୧/୦୬(ପିପିଟି):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ଯୁବ ସ୍ଵେଚ୍ଛାସେବୀ ଅକ୍ଷୟ ନାୟକଙ୍କ ଚାଳିଶି ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ମୃତ ଅକ୍ଷୟ କିଛି ବର୍ଷ ପୂର୍ବେ ପକ୍ଷାଘାତ ରୋଗର ଶୀକାର ହୋଇ ବିଶାଖାପାଟଣାରେ ବହୁ ଅର୍ଥ ବ୍ୟୟ କରି ସୁସ୍ଥ ହୋଇଥିଲେ । କିନ୍ତୁ କିଛି ଦିନ ହେବ ସେ ପୁଣି ଥରେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇପଡ଼ିଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ସେ ସୁସ୍ଥ ନହୋଇ ଆଖି ବୁଜିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ, ଭାଇ, ଭଉଣୀ,ଭିଣୋଇ, ଝୀଅ, ଭଣଜା, ଭାଣିଜୀ ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଅକ୍ଷୟ ଗାଙ୍ଗପୁର ଅଞ୍ଚଳରେ ଜଣେ ପରୋପକାରୀ, ଅମାୟିକ ବ୍ୟକ୍ତି,ଦରଦୀ ମଣିଷ, ପରିବେଶ ପ୍ରେମୀ ଏବଂ ରକ୍ତଦାତା ଭାବରେ ବେଶ ପରିଚିତ ଥିଲେ ।ଏହା ସହିତ ଜଣେ ଦକ୍ଷ ଭିଡ଼ିଓଗ୍ରାଫର ଏବଂ ଡିଜେ ଅପରେଟର ଭାବେ ଯୁବ ଗୋଷ୍ଠୀଙ୍କ ପ୍ରିୟ ଥିଲେ । ତାଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶତାଧିକ ଗ୍ରାମବାସୀ, ଶୁଭେଚ୍ଛୁ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ଅକ୍ଷୟଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅକ୍ଷୟଙ୍କ ମଝିଆ ଭାଇ ଶିଶିର ମୁଖାଗ୍ନି ଦେଇଥିଲେ । ଅକ୍ଷୟଙ୍କର ଏକ ଦଶ ବର୍ଷର ଝିଅ ରହିଥିବା ବେଳେ ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସଦସ୍ୟ ସମ୍ପୂର୍ଣ୍ଣଭାବେ ଭାଙ୍ଗି ପଡିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment